Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ଆରମ୍ଭ କରିବ ‘ସ୍ନେହ ଯାତ୍ରା’

    Share on :
    ajab-Image
    Date: Jul 4, 2022    Views: 5074


    ହାଇଦ୍ରାବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦକୁ ‘ଭାଗ୍ୟନଗର’ ବୋଲି କହିଛନ୍ତ । ସର୍ଦ୍ଧାର ପଟେଲ ଏଇ ଭାଗ୍ୟନଗରରେ ‘ଏକ ଭାରତ’ ଶବ୍ଦ ସୃଷ୍ଟି କରିଥିଲେ । ହାଇଦ୍ରାବାଦ ହେଉଛି ଭାଗ୍ୟନଗର ଯାହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସର୍ଦ୍ଧାର ପଟେଲ ଏଇଠାରୁ ଏକୀକୃତ ଭାରତର ମୂଳଦୁଆ ପକାଇଥିଲେ । ବର୍ତମାନ ବିଜେପିର କାମ ହେଉଛି ଏହାକୁ ଆଗକୁ ବଢାଇବା ବୋଲି ପ୍ରଧାନମନ୍ତ୍ରୀ ଆଜି ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କହିଛନ୍ତି । ଆର୍ଏସ୍ଏସ୍ ଓ ବିଜେପିର ଅନେକ ନେତା ହାଇଦ୍ରାବାଦର ନାମ ଭାଗ୍ୟନଗର କରିବାକୁ ଦାବି କରିଆସୁଛନ୍ତି । ଏହି ନାମ ପରିବର୍ତନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ପଚାରିବାରୁ ସେ କହିଲେ ଯେ, ଯେତେବେଳେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବ ସେତେବେଳେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ବସି ଏ ସଂପର୍କରେ ନିଷ୍ପତି ନେବେ । ଗ୍ରେଟର ହାଇଦ୍ରାବାଦ ପୌର ନିର୍ବାଚନ ପ୍ରଚାରରେ ଆସି ୨୦୨୦ରେ ଯୋଗୀ ଆଦିତ୍ୟନାଥ ହାଇଦ୍ରାବାଦକୁ ଭାଗ୍ୟନଗର କରିବା ପାଇଁ ବିଜେପିକୁ ଭୋଟ ଦେବାକୁ ଭୋଟରମାନଙ୍କୁ ଅନୁରୋଧ କରିଥିଲେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳକୁ ସମାଲୋଚନା କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବସମାଜ ପରିବାରବାଦ ରାଜନୀତିକୁ ଏବେ ପ୍ରତ୍ୟାଖ୍ୟାନ କରୁଛନ୍ତି । ପରିବାରବାଦ ରାଜନୀତି କରୁଥିବା ବ୍ୟକ୍ତି ଓ ଦଳଗୁଡିକ ପ୍ରତି ସାରା ଦେଶରେ ବିତୃଷ୍ଣା ଆସିଯାଇଛି । ଏସବୁ ଦଳଗୁଡିକୁ ତିଷ୍ଠି ରହିବା କଷ୍ଟକର ହୋଇପଡିଛି । ଦେଶରେ ଯେଉଁ ଦଳଗୁଡିକ ଦୀର୍ଘଦିନ ଧରି ଶାସନ କରିଥିଲେ ସେମାନେ ଏବେ ସଂକୁଚିତ ହେବାରେ ଲାଗିଛନ୍ତି । ତେଣୁ ସେମାନଙ୍କ ଅବସ୍ଥା ଦେଖି ଆମେ ନ ହସି ସେମାନଙ୍କ ତ୍ରୁଟିରୁ ଶିଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଜେପିର ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ବିରୋଧୀ ଯେଉଁ ପ୍ରଶ୍ନ ଉଠାଉଛନ୍ତି ତାହାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । ସେମାନଙ୍କ ଦଳରେ ଗଣତନ୍ତ୍ରର ସ୍ଥିତି କ’ଣ ବୋଲି ପଚାରିଛନ୍ତି । ବିଜେପି କର୍ମୀମାନଙ୍କୁ ପଶ୍ଚିମବଙ୍ଗରେ ହତ୍ୟା କରାଯାଉଛି । ବିଜେପି ଏବେ କ୍ଷମତାରେ ରହିଛି ଏବଂ ଲୋକମାନେ ଆମକୁ ଭରସା କରିଛନ୍ତି । ଆମେ ‘ସ୍ନେହ ଯାତ୍ରା’ ଆରମ୍ଭ କରି ସମାଜର ସବୁବର୍ଗର ଲୋକଙ୍କ ପାଖରେ ପହଁଚିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଏହା ହେଉଛି ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଯାହା ଦିଲ୍ଳୀ ବାହାରେ ଅନୁଷ୍ଠିତ ହୋଇଛି ।        

    Maximum 500 characters

    ରାଜନୀତି View all

    Find Us on Facebook