Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେପି ଖୋଲିବ କଲ୍‌ ସେଂଟର

    Share on :
    ajab-Image
    Date: Sep 11, 2023    Views: 3712

    ଭୁବନେଶ୍ୱର : ବିଜେପି ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶରେ କଲ୍‌ ସେଂଟର ପ୍ରତିଷ୍ଠା କରିବ । ଚଳିତମାସ ଶେଷ ସୁଧା ଦେଶରେ ୨୫୦ଟି କଲ୍‌ ସେଂଟର ଖୋଲିବାର ଟାଗେର୍ଟ ରଖିଛି । ଅର୍ଥାତ ପ୍ରତି ୨ଟି ଲୋକସଭା ବିଶିଷ୍ଟ ଆସନରେ ଗୋଟିଏ ଲେଖା କଲ୍‌ ସେଂଟର ରହିବ । ଏହି କଲ୍‌ ସେଂଟର ୨୪ ଘଂଟା ଖୋଲାଯିବା ସହିତ ଏଥିରେ ୨୦ ହଜାର ଦଳୀୟ କାର୍ଯ୍ୟପର୍ତ୍ତା ରହିବେ ।

    ପ୍ରତି କଲ୍‌ ସେଂଟରରେ ୨ଟି ଲେଖାଏ ଟିମ୍‌ ରହିବେ । ପ୍ରଥମ ଟିମ୍‌ରେ ମୋଦି ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର କରିବା ସହ ଏହା କିପରି ଲୋକମାନେ ଲାଭବାନ ହୋଇପାରିବେ ସେ ସଂପର୍କରେ କାର୍ଯ୍ୟକର୍ତ୍ତା ଜଣାଇବେ । ଦ୍ୱିତୀୟ ଟିମ୍‌ରେ ବିରୋଧୀଙ୍କ ମୁକାବିଲା ପାଇଁ ରଖାଯିବ । ଏଥିପାଇଁ ରିସର୍ଚ ଟିମ୍‌ ମଧ୍ୟ ରଖାଯିବ । ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେ.ପି ନଡ୍ଡା, ବରିଷ୍ଠ ନେତା  ଅମିିତ ଶାହା ଓ ଦଳୀୟ ମହାସଚିବ ବି.ଏଲ୍‌ ସନ୍ତୋଷ କଲ୍‌ ସେଂଟର ପ୍ରତିଷ୍ଠା କରିବାକୁ ଶୀର୍ଷ ପଦାଧିକାରୀଙ୍କ ସହ ବୈଠକ କରିସାରିଛନ୍ତି ।   

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook