Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ ଦଳ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Mar 7, 2023    Views: 3529

    ଭୁବନେଶ୍ୱର:  ରାଜ୍ୟ ସରକାର ଅଗଣତାନ୍ତ୍ରିକ ଓ ସ୍ୱେଚ୍ଛାଚାରୀ ଶାସନର ପରମ୍ପରା ସୃଷ୍ଟି କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାକୁ ଚାପି ଦେବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ରାଜ୍ୟର ପୁଲିସ ଓ ସରକାର ଉଭୟ ଏବେ ପ୍ରତିଶୋଧପରାୟଣ ହୋଇପଡ଼ିଛନ୍ତି । ତେଣୁ ଶାସନ ବ୍ୟବସ୍ଥାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଜରୁରୀ ହୋଇ ପଡ଼ିଛି ବୋଲି ବିଜେପି ଦାବି କରିଛି ।
     ଏନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ  ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ରାଜ୍ୟରେ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ କରିବା ସହ ତାଙ୍କର ହସ୍ତକ୍ଷେପ ଦାବି କରିଛନ୍ତି ।

    ଗତ କିଛିବର୍ଷ ଧରି ଲଗାତାର ଭାବରେ ରାଜ୍ୟରେ ହତ୍ୟା, ଲୁଟ, ଦୁଷ୍କର୍ମ ଓ ନାରୀ ନିର୍ୟାତନା ବଢ଼ୁଥିବା କାରଣରୁ ସମାଜର ପ୍ରତ୍ୟେକ ବର୍ଗ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।  ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଚରମ ବିଫଳତାକୁ ରୋକିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ବିଧାୟକ ଦଳ ତରଫରୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

    ଏହି ପ୍ରତିନିଧି ଦଳରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, ଜୟନ୍ତ ଷଡଙ୍ଗୀ, ସୂର୍ୟ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କ ସମେତ ବିଜେପିର ରାଜ୍ୟ କର୍ମକର୍ତ୍ତାମାନେ ମଧ୍ୟ ସାମିଲ ଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook