Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୩ ବିଜେପି ବିଧାୟକଙ୍କ ନାଁରେ ମାମଲା, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Aug 7, 2021    Views: 7913

    ଭୁବନେଶ୍ୱର : କୋଭିଡ କଟକଣା ଭାଙ୍ଗି ଥାନା ଘେରାଉ କରିବା ଅଭିଯୋଗରେ ବିଜେପିର ୩ ବିଧାୟକଙ୍କ ସହ ଅନେକ ବରିଷ୍ଠ ନେତାଙ୍କ ନାଁରେ ବୈଶିଙ୍ଗା ପୁଲିସ ମାମଲା ରୁଜୁ କରିଛି । ଏହି ନେତାମାନଙ୍କ ପାଇଁ ସାଧାରଣ ଲୋକ ହଇରାଣ ହୋଇଥିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ପୁଲିସ ଅଭିଯୋଗରେ ଦର୍ଶାଇଛି । ଗତ ଜୁନ ମାସରେ ଏହି ଥାନା ଅଧୀନ ଅସ୍ତପୁରାରେ ଜଙ୍ଗଲ ରାସ୍ତା ଅବରୋଧକୁ ବିରୋଧ କରିବାରୁ ବିଜେପି ନେତା ଚନ୍ଦ୍ରହାସ୍ୟ ପାଣିଗ୍ରାହୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା । ତାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବାବେଳେ ଘଟଣାରେ ସମ୍ପୃକ୍ତ ସବୁ ଅଭିଯୁକ୍ତଙ୍କୁ ପୁଲିସ ଏଯାଏ ଗିରଫ କରିନି । ଏହାର ପ୍ରତିବାଦରେ ଗତକାଲି ବିଜେପିର ୩ ବିଧାୟକ ଓ ଅନେକ ବରିଷ୍ଠ ନେତାଙ୍କ ସହ ଶତାଧିକ ବିଜେପି କର୍ମୀ, ବଡ଼ଗୋପାଳପୁର ଗ୍ରାମବାସୀ ଓ ଜଙ୍ଗଲ କମିଟିର ସଦସ୍ୟମାନେ ବିଶାଳ ରାଲି କରିବା ସହ ବୈଶିଙ୍ଗା ଥାନା ଘେରାଉ କରିଥିଲେ । ତେବେ ଏହି ଘେରାଉ କାର୍ଯ୍ୟକ୍ରମ ପାଇଁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଏବଂ କୋଭିଡ ମାର୍ଗଦର୍ଶିକାକୁ ରାଜନେତାମାନେ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ । ଶତାଧିକ ଲୋକ ବେଆଇନ ଭାବେ ଥାନା ସାମ୍ନାରେ ଏକତ୍ରିତ ହେବା ଏବଂ ସେମାନଙ୍କ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ବୈଶିଙ୍ଗା ପୁଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ନିଜଆଡ଼ୁ ୨୩୪/୨୧ରେ ଏକ ମାମଲା ରୁଜୁ କରିଛି । ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡା. ବୁଢ଼ାନ ମୁର୍ମୁ, ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କ ସମେତ ଅନେକ ଦଳୀୟ କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook