Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଜେପି ନେତା ବିଜୟ ମାଲହୋତ୍ରାଙ୍କ ଦେହାନ୍ତ

    Share on :
    ajab-Image
    Date: Sep 30, 2025    Views: 4982

    ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଭେଟେରାନ୍ ନେତା ବିଜୟ ମଲହୋତ୍ରାଙ୍କ ଦେହାନ୍ତ ହୋଇଛି । ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଜୟ ମଲହୋତ୍ରା । ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ସେ ଆଖି ବୁଜିଛନ୍ତି । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।୪୫ ବର୍ଷର ରାଜନୈତିକ କ୍ୟାରିୟରରେ ୫ଥର ସାଂସଦ, ୨ଥର ବିଧାୟକ ଥିଲେ । ସେ ଦିଲ୍ଲୀ ବିଜେପିର ପ୍ରଥମ ସଭାପତି ହୋଇଥିଲେ । ଦିଲ୍ଲୀ ବିଜେପିକୁ ସୁଦୃଢ କରିବାରେ ତାଙ୍କର ଅଗ୍ରଣୀ ଭୂମିକା ରହିଥିଲା । ୧୯୯୯ ନିର୍ବାଚନରେ ମନମୋହନ ସିଂହଙ୍କୁ ହରାଇଥିଲେ ବିଜୟ ମଲହୋତ୍ରା । ଦିଲ୍ଲୀ ବିଜେପିର ପୂର୍ବତନ ମୁଖ୍ୟ  ଏବଂ ସାଂସଦ ବିଜୟ କୁମାର ମଲହୋତ୍ରା କିଛି ଦିନ ଧରି ଏମ୍ସରେ ଚିକିତ୍ସାଧୀନ ଥିଲେ। ଆଜି ସକାଳ ପ୍ରାୟ ୬ଟାରେ ତାଙ୍କର ଦେହାନ୍ତ ହୋଇଛି । ସେ ୫ଥର ସାଂସଦ ଏବଂ ୨ ଥର ବିଧାୟକ ଥିଲେ । ଦିଲ୍ଲୀ ବିଜେପିର ସଭାପତି ଏବଂ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା (୨୦୦୮-୨୦୧୩) ଭାବରେ କାର୍ୟ୍ୟ କରିଥିଲେ ।୨୦୦୮ରେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ମନୋନୀତ କରିଥିଲା । ୧୯୯୯ ମସିହାର ସାଧାରଣ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପରାସ୍ତ କରିଥିଲେ ବିଜୟ । ୨୦୦୪ ମସିହା ସାଧାରଣ ନିର୍ବାଚନରେ, ମଲହୋତ୍ରା ଦିଲ୍ଲୀରେ ଜିତିଥିବା ଏକମାତ୍ର ବିଜେପି ପ୍ରାର୍ଥୀ ଥିଲେ । ପରାଜୟ ସମୟରେ ବିଜେପିର 'ବିଜୟ'ର  ଗ୍ୟାରେଣ୍ଟି ଥିଲେ ବିଜୟ । ଅଟଳ ବିହାରୀ ବାଜପେୟୀ ଓ ଆଡବାନୀଙ୍କ ଖାସ୍ ଥିଲେ ପ୍ରଫେସର ମାଲହୋତ୍ରା ।କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଜୟ ମାଲହୋତ୍ରାଙ୍କ ବାସବଭନରେ ପହଞ୍ଚି ଶ୍ରଦ୍ଧାଞ୍ଚଳି ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ବାସଭବନରେ ପହଞ୍ଚି ବିଜୟଙ୍କ ଶେଷ ଦର୍ଶନ କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook