Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ସରକାରଙ୍କ କୃଷିନୀତି ବିରୁଦ୍ଧରେ କୃଷକ ଆନେ୍ଦାଳନକୁ ସମର୍ଥନ ଜଣାଇ ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସର ବିକ୍ଷୋଭ ଓ ଧାରଣା

    Share on :
    ajab-Image
    Date: Jan 6, 2021    Views: 3678

    ଭୁବନେଶ୍ୱର  - କେନ୍ଦ୍ର ବିଜେପି ସରକାରଙ୍କ ଜନବିରୋଧି କୃଷି ନୀତିର ପ୍ରତିବାଦରେ ଦେଶ ତମାମ ସାଧାରଣ ଲୋକେ ଅନ୍ନଦାତା କୃଷକମାନଙ୍କୁ ସମର୍ଥନ ଜଣାଇ ଆନେ୍ଦାଳନ କରୁଥିଲାବେଳେ ଆଜି ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ତରଫରୁ ମତ୍ସ୍ୟଜୀବୀ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ହଳଧର ସେଠୀଙ୍କ ନେତୃତ୍ୱରେ ଭୁବନେଶ୍ୱର ଠାରେ ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
     
    ଅଖିଳ ଭାରତ ମତ୍ସ୍ୟଜୀବି କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାର ମାନ୍ୟବର ସାଂସଦ ଶ୍ରୀ ଟି.ଏନ୍ ପ୍ରଥାପନଙ୍କ ଆହ୍ୱାନକ୍ରମେ ଓଡ଼ିଶା ମତ୍ସ୍ୟଜୀବି କଂଗ୍ରେସ ତରଫରୁ ଓଡିଶାର ମତ୍ସ୍ୟଚାଷୀ ଏବଂ ସାଧାରଣ ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ ଯେ ଓଡିଶାର ମାଛ ଚାଷୀମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର ନିଦା ବିଷ୍ଣୁ ସାଜିଛନ୍ତି । ଅଥଳ ସମୁଦ୍ର, ନଦୀ ଏବଂ ପୋଖରୀ ଉପରେ ନିର୍ଭର କରି ମତ୍ସ୍ୟ ଉପôାଦନ ତଥା ମତ୍ସ୍ୟଚାଷ କରି ନିଜର ଜୀବିକା ନିର୍ବାହ କରୁଥିବା ଲୋକମାନଙ୍କର ସମସ୍ୟାକୁ ଓଡିଶା ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି । କେନ୍ଦ୍ର ସରକାରଙ୍କର ମତ୍ସ୍ୟ ଯୋଜନା ଓଡିଶାରେ ଫଳପ୍ରଦ ନହେବା ଦ୍ୱାରା ଓଡିଶାବାସୀ ପଡୋଶୀ ରାଜ୍ୟ ଆନ୍ଧ୍ର, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛନ୍ତି । ଓଡିଶାରେ ମଧୁରଜଳରେ ମାଛ ଚାଷ ପାଇଁ ସ୍ଥାନ ନିରୁପଣ କରି ମତ୍ସ୍ୟଜୀବୀମାନଙ୍କୁ ସରକାରୀ ପ୍ରୋତ୍ସାହନ ଦିଆଗଲେ ଓଡିଶା ମାଛ ଉପôାଦନରେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି କହିଥିଲେ ।
     
    ସାଧାରଣ କୃଷି ଓ କୃଷକମାନଙ୍କ ସ୍ୱାର୍ଥ ବିରୋଧି କେନ୍ଦ୍ର ବିଜେପି ସରକାରଙ୍କର କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଦେଶ ତମାମ୍ ହେଉଥିବା ଚାଷୀ ଆନେ୍ଦାଳନକୁ ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ତରଫରୁ ସମର୍ଥନ କରାଯାଇ ଏହି ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ବିଜେପି ସରକାରଙ୍କର ଏହି ଅଗଣତାନ୍ତ୍ରିକ କୃଷି ନୀତିକୁ ଯଥାଶୀଘ୍ର ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଚାଷୀ ଆନେ୍ଦାଳନକୁ ବ୍ୟାପକ କରାଯିବ ବୋଲି ନେତୃବୃନ୍ଦ ମତବ୍ୟକ୍ତ କରିଥିଲେ ।
     
    ଏହି ଧାରଣା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, କିଷାନ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ରାଜୀବ ପଟ୍ଟନାୟକ, ରଂଜିତ ପାତ୍ର, ଫକୀର ଚରଣ ଖଟୁଆ, ବିଧୁଭୂଷଣ ମହାପାତ୍ର, ଦୀପକ ମହାପାତ୍ର, ଲିଙ୍ଗରାଜ ସାହୁଙ୍କ ସମେତ ମତ୍ସ୍ୟଜୀବୀ କଂଗ୍ରେସ କର୍ମକର୍ତା ଶ୍ରୀମତୀ ମୋତି କୈବର୍ତ, ପଂଚାନନ ମଲିକ, ଦିନବନ୍ଧୁ ଅଧିକାରୀ, ଜି. ଆରାୟା, ଏକାଦଶୀ ସେଠୀ, କ୍ଷୀରୋଦ କୁମାର ବେହେରା, ବ୍ରଜବନ୍ଧୁ ଦାସ, ଭାଗିରଥି ବେହେରା, ମାନସ ରଂଜନ ବେହେରା, ହରି ବେହେରା, ଆନନ୍ଦ ବେହେରା, ସୁଶାନ୍ତ ବେହେରା, ମହେନ୍ଦ୍ର ବେହେରା, ଶୁକଦେବ ବେହେରା, ଗୋବିନ୍ଦ ମଲିକ, ଗୁରୁବକ୍ସ ସିଂ ଆଲୁଆଲିଆ ଓ ଅଖିଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook