Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଉପନିର୍ବାଚନ ପାଇଁ ବିଜେପିର ୩୯ ଜଣିଆ କମିଟି

    Share on :
    ajab-Image
    Date: Oct 1, 2020    Views: 3407

    ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଦୁଇଟି କମିଟି ଗଠନ କରାଯାଇଛି  । ବାଲେଶ୍ୱର ପାଇଁ ୧୬ ଜଣ ଓ ତିର୍ତ୍ତୋଲ ପାଇଁ ୨୩ ଜଣଙ୍କ ନାମ ଏହି କମିଟିରେ ରହିଛି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିଦେ୍ର୍ଧଶ କ୍ରମେ ନାମ ଚୂଡ଼ାନ୍ତ ହୋଇଛି ବୋଲି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

    ବାଲେଶ୍ୱର ପାଇଁ କମିଟିରେ ସ୍ଥାନ ପାଇଥିବା ନେତାମାନେ ହେଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଷ୍ଣୁ ସେଠୀ, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ଜୟ ନାରାୟଣ ମହାନ୍ତି, ମୋହନ ମାଝୀ, ସୁକାନ୍ତ ନାୟକ, କାଳନ୍ଦୀ ସାମଲ, ଟଙ୍କଧର ତି୍ରପାଠୀ, ସ୍ମୃତି ପଟ୍ଟନାୟକ, ଗୋବିନ୍ଦ ଦାଶ, ଅଜୟ କୁମାର ମିଶ୍ର ଓ ଉମାକାନ୍ତ ମହାପାତ୍ର । ସେହିପରି ତିର୍ତ୍ତୋଲ ପାଇଁ କମିଟିରେ ସ୍ଥାନ ପାଇଥିବା ନେତାମାନେ ହେଲେ ପୃଥ୍ୱୀରାଜ ହରିଚନ୍ଦନ, ଅପରାଜିତା ଷଡଙ୍ଗୀ, ସମୀର ଦେ, ନୟନ ମହାନ୍ତି, ପ୍ରକାଶ ମିଶ୍ର, ଭୃଗୁ ବକ୍ସିପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜୟନ୍ତ ଷଡଙ୍ଗୀ, ପ୍ରଭାତି ପରିଡ଼ା, ଇରାଶିଷ ଆଚାର୍ଯ୍ୟ, ସାରଦା ପ୍ରଧାନ, ବିଭୁ ତରାଇ, ଭୁବନ ମୋହନ ଜେନା, ପ୍ରକାଶ ବେହେରା, ଅମର ନାୟକ, ଦିଲ୍ଲୀପ ମଲ୍ଲିକ, ସତ୍ୟବ୍ରତ ମହାପାତ୍ର, ପ୍ରଦୀପ ବଳସାମନ୍ତ, ବାବୁ ସିଂହ, ଆଶି୍ରତ ପଟ୍ଟନାୟକ, ଅଲେଖ ଜେନା, ଗୋକୁଳାନନ୍ଦ ମଲ୍ଲିକ ଓ ପ୍ରଦୀପ ପଟ୍ଟନାୟକ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook