Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆବାସ କଳି: ସରକାରଙ୍କୁ ଏହି ପ୍ରଶ୍ନ ପଚାରିଲା ବିଜେପି

    Share on :
    ajab-Image
    Date: May 25, 2023    Views: 3361

    ଭୁବନେଶ୍ୱର: ୨୦୧୯ ପରଠାରୁ ଆବାସ ପାଇନଥିବା ଯୋଗ୍ୟ ଲୋକଙ୍କ ପାଇଁ ଏହା ସୁଦୂରପ୍ରସାରୀ ସ୍ୱପ୍ନ ହୋଇଯାଇଛି । ଓଡ଼ିଶାର ଗରିବ ଲୋକଙ୍କୁ ମୋଦୀ ପଠାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କା ଘର କେବେ ଦେବେ ଓ କେବେ ତାଙ୍କୁ ଆଦେଶ ପତ୍ର ମିଳିବା ତାରିଖ ଘୋଷଣା କରିବେ ବୋଲି ଦଳ ଉଠାଇଛି ପ୍ରଶ୍ନ । ଏହା ସହିତ ଯୋଗ୍ୟ ହିତାଧିକାରୀଙ୍କ ତାଲିକା କେବେ ସାର୍ବଜନୀନ କରିବେ ?ବାକି ଥିବା ଲୋକଙ୍କ ନାମ କେବେ ରାଜ୍ୟ ସରକାର ଯୋଡିବେ ତାହା ସ୍ପଷ୍ଟ କରିବେ କି ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । ଖୁବଶୀଘ୍ର ରାଜ୍ୟସରକାର ଯୋଗ୍ୟ ହିତାଧିକାରୀଙ୍କୁୁ ଘର ନଦେଲେ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛି ।
    ବିଜେପି ପକ୍ଷରୁ ଆହୁରି କୁହାଯାଇଛି ଯେ ଗରିବ ଲୋକଙ୍କୁ ଠକି ଚାଲିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ଯେତେ ଆବଶ୍ୟକ ଘର ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାର ସଠିକ୍ ଭାବେ କ୍ରିୟାନ୍ୱୟନ କରୁନାହାନ୍ତି । କେନ୍ଦ୍ର ସରକାର ଆବଶ୍ୟକ ଘର ଦେଉଥିବା ବେଳେ ଏହା ହିତାଧିକାରୀଙ୍କ ପାଖରେ ପହଂଚିପାରୁନି । ଆବାସ ଯୋଜନା ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଘର ତିଆରି ହେଉନି । ଆମ ରାଜ୍ୟରେ ସ୍ୱପ୍ନ ହୋଇ ରହିଯାଇଛି ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଘର ।

     

    Maximum 500 characters

    ତାଜା ଖବର View all

    Find Us on Facebook