Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଭୁଶୁଡୁଛି ବିଜେଡିର ପଞ୍ଚାୟତ ସଂଗଠନ, ବିଜେପି ମୁହାଁ ପଞ୍ଚାୟତ ପ୍ରତିନିଧି

    Share on :
    ajab-Image
    Date: Sep 23, 2026    Views: 2979

    ଅନାସ୍ଥା ହାୱାରେ ଦୋହଲୁଛି ବିରୋଧୀ ଗଡ଼। ଭୁଶୁଡୁଛି ବିଜେଡିର ପଞ୍ଚାୟତ ସଂଗଠନ। ବିଜେପି ମୁହାଁ ପଞ୍ଚାୟତ ପ୍ରତିନିଧି। ବିଧାନସଭାରୁ ଆସିଲା ସାଂଘାତିକ ତଥ୍ୟ। ଗତ ଦୁଇବର୍ଷରେ ୬୧ ସରପଞ୍ଚ ଓ ୯ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅନାସ୍ଥାରେ ଯାଇଛି ପଦ। ଅନୁଗୁଳ, ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା ଜିଲ୍ଲାର ସରପଞ୍ଚ ଓ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଆସିଛି ଅନାସ୍ଥା। ଖାଲି ସେତିକି ନୁହେଁ ପଞ୍ଚାୟତିରାଜ ସଂସ୍ଥାର ପ୍ରତିନିଧିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଓ ଦୁର୍ନୀତି ମାମଲାକୁ ନେଇ ସରକାର, ବିଧାନସଭାରେ ତଥ୍ୟ ରଖିଛନ୍ତି। 

    ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ଗୃହକୁ ଏ ସଂପର୍କରେ ଅବଗତ କରିଛନ୍ତି। ଦୁର୍ନୀତି ଓ ସରକାରୀ ଅର୍ଥର ଅପବ୍ୟବହାର ସଂପର୍କିତ ମାମଲାରେ ୧୫ ଜଣ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ନିଲମ୍ବନ କରାଯାଇଛି। ସେହିପର ସରକାରୀ ଅର୍ଥର ଦୁର୍ନୀତି ଓ ଅପବ୍ୟବହାର ଅଭିଯୋଗରେ ୪ ଜଣଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ବରଗଡ଼ରେ ସର୍ବାଧିକ ୩ଜଣ ସରପଞ୍ଚ ନିଲମ୍ବିତ ହୋଇଛନ୍ତି। ବଲାଙ୍ଗିର ଓ ନୂଆପଡ଼ାରେ ୨ ଜଣ ଲେଖାଏଁ ନିଲମ୍ବିତ ହୋଇଥିବା ବେଳେ ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କୋରାପୁଟ, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରେ ମଧ୍ୟ ନିଲମ୍ବନ ହୋଇଛନ୍ତି। ଅନୁଗୁଳ ଓ ବାଲେଶ୍ୱର ସମେତ ଅନ୍ୟ କିଛି ଜିଲ୍ଲାରେ ସରକାରୀ ଅର୍ଥ ଦୁର୍ନୀତି ଓ ଅପବ୍ୟବହାର ମାମଲାରେ PRI ପ୍ରତିନିଧିଙ୍କ ବିରୋଧରେ ପ୍ରସିକ୍ୟୁସନ୍ ହୋଇଥିବା ତଥ୍ୟରେ ଉଲ୍ଲେଖ ରହିଛି। ସେପଟେ ବିଧାନସଭାର ଏହି ତଥ୍ୟକୁ ନେଇ ତେଜିଛି ରାଜନୀତି। ବିଜେଡି କହିଛି,  କ୍ଷମତା ଭୟ ଦେଖାଇ ପଞ୍ଚାୟତ ପ୍ରତିନିଧିଙ୍କୁ ହାଇଜାକ୍ କରାଯାଉଛି। କଂଗ୍ରେସର ଦୃଢୋକ୍ତି ପଞ୍ଚାୟତିରାଜ ବ୍ୟବସ୍ଥାକୁ ନଷ୍ଟ କରିବା ଫଳ ବିଜେପି ଆସନ୍ତା ବର୍ଷ ପାଇବ। ଜବାବରେ ସରକାରୀ ଦଳ କହିଛି, ବିଜେଡିରୁ ମୁହଁ ଫେରାଇ ଏବେ ପଞ୍ଚାୟତ ପ୍ରତିନିଧି ବିଜେପି ମୁହାଁ।

    ସେପଟେ ପଞ୍ଚାୟତ ନିର୍ବାଚନ ଯେତିକି ପାଖଉଛି, ତୃଣମୂଳସ୍ତରରେ ବି ରାଜନୀତି ସେତିକି ତେଜୁଛି। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଯାହାକି ସ୍ୱର୍ଗତ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ସମୟର ବିଜେଡିର ଦୁର୍ଗ ଥିଲା, ସେଠି ଏବେ ଦଳର ସଂଗଠନ ତାସ୍ ଘର ଭଳି ଭୁଶୁଡ଼ିବାକୁ ବସିଛି। କିଛି ଦିନ ତଳେ ଖଲ୍ଲିକୋଟ ବ୍ଲକ ୧୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେପଟେ ଗତମାସରେ ଯାଜପୁର ସୁକିନ୍ଦା ବ୍ଳକର ପୂର୍ବତନ ଅଧ୍ୟକ୍ଷା ତଥା ସାରଙ୍ଗପୁରର ସମିତି ସଭ୍ୟା ପଦ୍ମାବତୀ ଜେନା ଶଂଖ ଶିବିରକୁ ବାଏ ବାଏ କରି ପଦ୍ମ ଧରିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook