Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଖରିଫ ଧାନ ପଞ୍ଜିକରଣ; ଶାସକ ଏବଂ ବିରୋଧୀ ମୁହାଁମୁହିଁ

    Share on :
    ajab-Image
    Date: Aug 9, 2026    Views: 2569

    ଭୁବନେଶ୍ୱର: ଚଳିତ ବର୍ଷ ଖରିଫ ଧାନ ପଞ୍ଜିକରଣ ଗତ ୬ ତାରିଖରୁ ଆରମ୍ଭ ହୋଇଛି । ଏହି ଅବଧି ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ରହିଛି । ତେବେ ଖରିଫ ଧାନ ପଞ୍ଜିକରଣରେ ବିଭିନ୍ନ ସମସ୍ୟା କଥା ଉଠାଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି କ୍ଷ ଦଳୀୟ ଉପସଭାପତି ସଞ୍ଜୟ ଦାସବର୍ମା ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି । ଏପଟେ ଜବାବ ରଖିଛି ବିଜେପି ।

    ସଞ୍ଜୟ କହିଛନ୍ତି କି ଗତବର୍ଷ ୧୯ ଜୁଲାଇରୁ ଆରମ୍ଭ ହୋଇଥିଲା ଧନବିକିବା ପାଇଁ ପଞ୍ଜିକରଣ । କିନ୍ତୁ ଚଳିତ ବର୍ଷ ଆଗଷ୍ଟ ୬ରୁ ଆରମ୍ଭ ହୋଇଛି କ୍ଷ ୧୭ ଦିନ ବିଳମ୍ବରେରେ ପଞ୍ଜିକରଣ ଆରମ୍ଭ ହୋଇଛି କ୍ଷ ଏସଏଚଜି ମହିଳାଙ୍କ ଠରୁ ଅଧିକାର ଛଡାଇ ନେଇଛନ୍ତି ସରକାର କ୍ଷ ଏସଏଚଜି ମହିଳାମାନେ ଧାନ ବିକିବା ଏବଂ ପଞ୍ଜିକରଣ କରିପାରିବେ ନାହଁ କ୍ଷ ଭାଗ ଚାଷୀ ଏବଂ ଖୁଦ୍ର ନାମ ଚାଷୀମାନେ ଧାନ ବିକି ପାରିବେ ନାହିଁ କ୍ଷ ଭାଗ ଚାଷୀମାନେ ପଞ୍ଜିକରଣ ବେଳେ ମାଲିକଙ୍କୁ ଡାକିବେ, ଯାହା ସମ୍ଭବ ନୁହେଁ । ସରକାର ଷଡଯନ୍ତ୍ର କରିଛନ୍ତି କ୍ଷ

    "କିପରି ୫୦ ପ୍ରତିଶତ ଚାଷୀ ପଞ୍ଜିକରଣ କରିପାରିବେ ନାହିଁ । ଜଗନ୍ନାଥଙ୍କ ଜମି, ମନ୍ଦିର ଜମି ଚାଷ କରୁଥିବା ଲୋକ ଆଉ ପଞ୍ଜିକରଣ କରିପାରିବେ ନାହିଁ, ସେଥିପାଇଁ ମସୁଧା ହୋଇଛି । ଓଡ଼ିଶାର ଚାଷୀକୂଳ ପ୍ରତି ଏହା ଅନ୍ୟାୟ କ୍ଷ ସାର ମଧ୍ୟ ୩ ଗୁଣା ବୃଦ୍ଧି ପାଇଛି କ୍ଷ ଡବଲ ଇଂଜିନ ସରକାର ଚାଷୀଙ୍କୁ ଧୋକା ଦେଇଛନ୍ତି କ୍ଷ ମିଛ ପ୍ରତିଶ୍ରୁତି ଦେଇ ମିଛ କଥା କହି ଦିଲ୍ଲୀରୁ ଆରମ୍ଭ କରି ଓଡିଶା ପର୍ୟ୍ୟନ୍ତ ଚାଷୀଙ୍କୁ ହଇରାଣ କରାଯାଉଛି," ବୋଲି କହିଛନ୍ତି ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା ।

    ତେବେ ଧାନ ପଞ୍ଜୀକରଣକୁ ନେଇ ବିଜେଡିକୁ କଡା କାଉଣ୍ଟର କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କ୍ଷ ସେ କହିଛନ୍ତି, "ଧାନ ପଞ୍ଜିକରଣ କିମ୍ବା ଧାନ ସଂଗ୍ରହ ସରକାର କରୁଛନ୍ତି କ୍ଷ ଯଦି କୌଣସି ଅଭିଯୋଗ ଅଛି ଆମକୁ ଜଣାନ୍ତୁ ବିରୋଧୀ କ୍ଷ ସମସ୍ତ ଚାଷୀଙ୍କଠୁ ଧାନ କିଣା ଯିବ । ବିରୋଧୀ ଅଭିଯୋଗ କରିଲେ ହେବନି । ଗଠନ ମୂଳକ ପ୍ରସ୍ତାବ ଦିଅନ୍ତୁ କ୍ଷ ଯଦି ଚାଷୀ ହିତରେ ଥିବ ଆମେ ଗ୍ରହଣ କରିବୁ କ୍ଷ ସରକାର ଆସିବା ପରେ ଦୁଇଥର ରବି ଏବଂ ଦୁଇଥର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଛି କ୍ଷ ଚାଷୀ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଲେଖାଏଁ ସହାୟତା ପାଉଛି । ଗତ ସରକାର ସମୟରେ ୫୦ ଟଙ୍କା ସହାୟତା ଦେଇପାରିଲେ ନାହିଁ, ସେମାନେ କଣ କରିଥିଲେ ଆଗ କୁହନ୍ତୁ ପରେ ଆମକୁ କହିବେ କ୍ଷ ଚାଷୀର ଯାହା ଅସୁବିଧା ସରକାର ଦୂର କରିବେ କ୍ଷ ପଞ୍ଜିକରଣରେ ଯଦି ଜଟିଳ ସମସ୍ୟା ରହିଛି ତେବେ ସରଳ କରାଯିବ କ୍ଷ"

    Maximum 500 characters

    ରାଜନୀତି View all

    Find Us on Facebook