Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମିଶ୍ରଣ ପର୍ବ ଟ୍ରେଣ୍ଡ: ବିଜେପି ମୁହାଁ ବିଜେଡି ନେତା

    Share on :
    ajab-Image
    Date: Apr 27, 2026    Views: 2244

    ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନ ପରଠୁ ବିଜେଡିର ଅଧିକାଂଶ ନେତା ବିଜେପି ମୁହାଁ ହୋଇଛନ୍ତି । ପ୍ରତି ସପ୍ତାହରେ ରାଜ୍ୟ ହେଉ କିମ୍ବା ଜିଲ୍ଲାସ୍ତରରେ ହେଉଛି ମିଶ୍ରଣ ପର୍ବ । ଏବେ ରାଜ୍ୟରେ ଏମିତି ଏକ ଟ୍ରେଣ୍ଡ ଦେଖିବାକୁ ମିଳିଛି । ପଞ୍ଚାୟତ ପ୍ରତିନିଧିଠାରୁ ଆରମ୍ଭ କରି ରାଜ୍ୟସଭା ସାଂସଦ ଯାଏଁ ସମସ୍ତେ ବିଜେପି ମୁହାଁ ହୋଇଛନ୍ତି । କିଛି ଦିନ ପୂର୍ବରୁ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ଭଳି ନେତା ବିଜେଡି ଛାଡ଼ିବା ଚର୍ଚ୍ଚାର ବିଷୟ ଥିଲା । ଏବେ ପୁଣି ବିଜେଡି ଛାଡ଼ିଥିବା ସାଧାରଣ ନିର୍ବାଚନ ପରେ ଏମିତି ଏକ ଟ୍ରେଣ୍ଡ ଦେଖିବାକୁ ମିଳିଛି।

    ପଞ୍ଚାୟତ ପ୍ରତିନିଧିଠାରୁ ଆରମ୍ଭ କରି ରାଜ୍ୟସଭା ସାଂସଦ ଯାଏଁ ସମସ୍ତେ ବିଜେପି ମୁହାଁ ହାଇଛନ୍ତି  । ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ସୁଜିତ କୁମାର ପୁଣି ଥରେ ରାଜ୍ୟସଭା ସାଂସଦ ହୋଇଛନ୍ତି । ଯାହାକୁ ନେଇ ଆମଦାନୀ ନେତାଙ୍କ ଭିତରେ ମଧ୍ୟ ଉତ୍ସାହ ବଢିଛି । ଅପରପକ୍ଷେ ବିଜେଡିରୁ ବହୁ ନେତା ଦଳ ଛାଡ଼ିବା ପ୍ରସଙ୍ଗରେ ବିଜେଡିର ପୂର୍ବତନ ବିଧାୟକ ସୁଧୀର ସାମଲ କହିଛନ୍ତି, ଦଳବଦଳ କଲେ ସଂଗଠନ ଦୁର୍ବଳ ହେବାର ନାହିଁ । ଲୋକେ ଯେବେ କୌଣସି ପାର୍ଟିରେ ମିଶନ୍ତି, ନିଜସ୍ୱ ଏଜେଣ୍ଡାକୁ ନେଇ ଦଳ ପରିବର୍ତ୍ତନ କରନ୍ତି । ବର୍ତ୍ତମାନ ଆମ ଦଳ କ୍ଷମତାରେ ନାହିଁ । ବିରୋଧୀ ଭୂମିକାରେ ନେତାଙ୍କୁ କିଛି ଲାଭ ମିଳେନି । ଯାହାକୁ ଲାଭ ମିଳୁନି, ସେ ଦଳ ଛାଡ଼ିବା ସ୍ୱାଭାବିକ । ୨୫ ବର୍ଷ ଧରି ଲୋକେ ଜଣେ ନେତାଙ୍କୁ ଭରସା କରି ଭୋଟ୍‌ ଦେଇ ଆସୁଥିଲେ । ଏବେ କେମିତି ନେତୃତ୍ୱ ସଙ୍କଟ କହି ନେତା ଦଳ ଛାଡ଼ୁଛନ୍ତି ବୋଲି ଶ୍ରୀ ସାମଲ ଦଳ ଛାଡ଼ୁଥିବା ନେତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି । ବିଜେଡି କ୍ଷମତାରେ ଥିଲାବେଳେ ବିରୋଧୀ ଦଳରୁ ଶହ ଶହ ନେତା ବିଜେଡିରେ ମିଶୁଥିଲେ । ଏବେ ବିଜେପି କ୍ଷମତାରେ ଅଛି, ଶହ ଶହ ନେତା ମିଶିବେ । ଏଥିରେ କୌଣସି ଅସ୍ୱାଭାବିକତା ନାହିଁ । ଯେଉଁଠି ଯାହାର ସ୍ୱାର୍ଥ ଥାଏ ସେ ଯିବ ବୋଲି ଶ୍ରୀ ସାମଲ କହିଛନ୍ତି । ବିଶେଷ କରି ରାଜ୍ୟସଭା ନିର୍ବାଚନ ପରଠୁ ବିଜେଡିକୁ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରୁଥିବାରୁ ବହୁ ଦଳୀୟ ନେତା ବିରୋଧ କରିବା ଆରମ୍ଭ କରିଛନ୍ତି ।
    ଏପରିକି ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଏହି ପ୍ରସଙ୍ଗରେ ଦଳ ବିରୋଧରେ ଅସନ୍ତୋଷ ଖୋଲାଖୋଲି ଜାହିର କରିଥିଲେ । ଅନୁରୁପ ଭାବେ କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଓ ମୋହନା ବିଧାୟିକ ଦାଶରଥି ଗମାଙ୍ଗ ମଧ୍ୟ ବିଜେଡି ସହ କଂଗ୍ରେସ ମିଶିବାକୁ ନା ପସନ୍ଦ କରିଥିଲେ । ନିକଟରେ କଂଗ୍ରେସର ପ୍ରାଥମିକ ସଦସ୍ୟତା ଛାଡ଼ିଥିବା ଅମୀୟ ପାଣ୍ଡବ ମଧ୍ୟ ଦର୍ଶାଇଥିବା ତିନି କାରଣରୁ ବିଜେଡି ସହ କଂଗ୍ରେସ ମିଶିବାକୁ ନା ପସନ୍ଦ କରି ଦଳ ଛାଡ଼ିଥିବା କହିଛନ୍ତି । ରାଜ୍ୟରେ କଂଗ୍ରେସର ବହୁ ନେତା ଯାଇ ବିଜେଡିରେ ମିଶିଛନ୍ତି । ବିଜେଡି ହିଁ ରାଜ୍ୟରେ କଂଗ୍ରେସକୁ ଦୁର୍ବଳ କରିଛି । ଏବେ ବିଜେଡି ଦୁର୍ବଳ ହେଉଥିବା ବେଳେ କଂଗ୍ରେସ କାହିଁକି ମିଶିବ ବୋଲି ଶ୍ରୀ ପାଣ୍ଡବ ଯୁକ୍ତି ବାଢ଼ି ଦଳ ଛାଡ଼ିଛନ୍ତି । ହେଲେ ଅନ୍ୟ ବହୁ କଂଗ୍ରେସ ନେତା ଦଳ ନ ଛାଡ଼ିଲେ ବି ଏହି ପ୍ରସଙ୍ଗରେ ଖୋଲାଖୋଲି ତ କେହି କେହି ଦଳୀୟ ପ୍ଲାଟଫର୍ମରେ ଏ ନେଇ ଅସନ୍ତୋଷ ପ୍ରକଟ କରୁଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook