Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେପି ରାଜ୍ୟ କାର୍ୟ୍ୟକାରିଣୀରେ ‘ବିଜେଡିମୁକ୍ତ ଓଡ଼ିଶା’ ଗଠନର ସଂକଳ୍ପ

    Share on :
    ajab-Image
    Date: May 21, 2023    Views: 3215

    ଭୁବନେଶ୍ୱର:  ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା ସହ ରାଜ୍ୟର ପ୍ରାୟ ଏକ କୋଟି ପରିବାର ପାଖରେ ପହଂଚିବାକୁ ରଣନୀତି ପ୍ରସ୍ତୁତ କରିଛି । ‘ବିଜେଡିମୁକ୍ତ ଓଡ଼ିଶା’ ଗଠନର ସଂକଳ୍ପ ନେଇ ଦଳ ଆସନ୍ତା ୪ମାସ ମଧ୍ୟରେ ବ୍ୟାପକ କାର୍ୟ୍ୟକ୍ରମ ହାତକୁ ନେବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଏହାସହିତ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ୯ବର୍ଷ ପୂର୍ତ୍ତି ସଫଳତାର ବାର୍ତ୍ତା ରାଜ୍ୟବାସୀଙ୍କ ନିକଟରେ ପହଂଚାଇବା ପାଇଁ ମେ’ ୨୯ରୁ ଜୁନ୍ ୩୦ପର୍ୟ୍ୟନ୍ତ ଏକମାସ ଧରି ମହାସମ୍ପର୍କ ଅଭିଯାନ ନିମନ୍ତେ ଦଳ ନିଷ୍ପତ୍ତି ନେଇଛି ।
     ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ବିଜେପି କାର୍ୟ୍ୟକାରିଣୀ ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ବ୍ୟାପକ କାର୍ୟ୍ୟକ୍ରମ ହାତକୁ ନେବା ସହ ମେ’ ୨୯ରୁ ଜୁନ୍ ୩୦ ତାରିଖ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ଘରକୁ ଘର ଯାଇ ମୋଦି ସରକାରଙ୍କ ୯ବର୍ଷର ସଫଳତାର ବାର୍ତ୍ତା ଦଳୀୟ କର୍ମୀମାନେ ପହଂଚାଇବାକୁ ନିଷ୍ପତ୍ତି ହୋଇଛି ।
    ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସାମଲ କହିଛନ୍ତି ଯେ, ଓଡି଼ଶା ବିକାଶରେ ବାଧକ ସାଜିଥିବା ବିଜେଡି ସରକାର ପାଇଁ କେନ୍ଦ୍ର ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନା ରାଜ୍ୟରେ ତୃଣମୂଳସ୍ତରକୁ ପଂହଚି ପାରୁନାହିଁ । ଏହି କାରଣରୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳରୁ ଓଡ଼ିଶାବାସୀ ବଂଚିତ ହେଉଛନ୍ତି । ଗତ ୨୩ବର୍ଷ ଧରି ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର, ଅସାମ୍ବିଧାନିକ ସରକାର ଚାଲିଛି । ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟରେ ‘ଅନ୍ୟାୟ-ଦୁର୍ନୀତି,ଭ୍ରଷ୍ଟାଚାର-ବ୍ୟଭିଚାର’ ମୁକ୍ତ ଓ ‘ବିଜେଡି ମୁକ୍ତ’ ଶାସନର ଆବଶ୍ୟକତା ରହିଛି ।  ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶର ଟୁଡ଼ୁ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତ ପ୍ରମୁଖ ସାଂଗଠନିକ କାର୍ୟ୍ୟକ୍ରମର ସମୀକ୍ଷା କରିବା ସହ ଆସନ୍ତା ୪ମାସର ରୋଡମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook