Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେପି ସରକାର ଗରୀବ ଓ ବାସହୀନ ଲୋକଙ୍କୁ ନ୍ୟାର୍ଯ୍ୟ ଅଧିକାର ଦେବା ପାଇଁ ପ୍ରତିବଦ୍ଧ: ଅନିଲ ବିଶ୍ୱାଳ

    Share on :
    ajab-Image
    Date: Nov 17, 2026    Views: 2768

    ଭୁବନେଶ୍ୱର,: ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଘର ଆବଂଟନ ପାଇଁ ନିଆଯାଇଥିବା ନିଷ୍ପତ୍ତି ଐତିହାସିକ । ୨୦୨୪ ମସିହାରେ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୨ ଲକ୍ଷ ୨୫ ହଜାର ଘର ଏବଂ ପିଏମ ଆବାସରେ ୧ ଲକ୍ଷ ୨ ହଜାର ବାସଗୃହ ଆବଂଟନ କରାଯାଇସରିଛି । ଗତ ଅଢେଇ ବର୍ଷର ବିଜେପି ସରକାରରେ ସମୁଦାୟ ୮ ଲକ୍ଷ ୨୮ ହଜାରରୁ ଅଧିକ ବାସଗୃହ ପାଇଁ ସହାୟତା ବ୍ୟବସ୍ଥା ନିଶ୍ଚିନ୍ତ କରାଯାଇଛି, ଯାହା ଗରୀବକଲ୍ୟାଣ ଯାତ୍ରାରେ ନୂଆ ଫର୍ଦ୍ଦ ଯୋଡିହୋଇଛି ।  ସେହିଭଳି ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାରେ ୩୦ ଲକ୍ଷ ୪୫ ହଜାର ବାସଗୃହ ଓଡିଶାର ଗରୀବ ପରିବାରଙ୍କୁ ପ୍ରଦାନ କରାଯାଇସରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ସରକାରର ସମସ୍ତଙ୍କୁ ପକ୍କା ଘର ଯୋଗାଇବା – “ହାଉସିଂ ଫର୍ ଅଲ୍‌”ର ସଫଳତାକୁ ପ୍ରମାଣିତ କରୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି । 
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବମୋଟ ୫ କୋଟି ୨୦ ଲକ୍ଷ ବାସଗୃହ ଅନୁମୋଦନ ହୋଇଥିବାବେଳେ ସେଥିରୁ ୪ କୋଟି ୧୦ ଲକ୍ଷ ବାସଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇଛି । ଜଣେ ହିତାଧିକାରୀ ବାସଗୃହ ପାଇଁ ୧ ଲକ୍ଷ୨୦ ହଜାର ଲକ୍ଷ ଟଙ୍କା ସହ ପ୍ରୋତ୍ସାହନ ରାଶୀ ଭାବେ ଅତିରିକ୍ତ ୩୫ ହଜାର ଟଙ୍କା, ଭିବି - ଜି- ରାମଜୀ ଯୋଜନାରେ ଶ୍ରମିକ ପାଉଣା ଭାବେ ୨୭ ହଜାର ଟଙ୍କା, ଶୈାଚାଳୟ ପାଇଁ ୧୨ ହଜାର ଟଙ୍କା, ପିଏମ ସୂର୍ଯ୍ୟ ଘର ଯୋଜନାରେ ୩୦ ହଜାର ଟଙ୍କାର ସବସିଡି, ଟ୍ୟାପ ଯୋଗେ ପନାୀୟ ଜଳ ସଂଯୋଗ, ଭୁମିହୀନଙ୍କୁ ମାଗଣା ଜମିର ବ୍ୟବସ୍ଥା କରାଯାଇଛି । ଗୋଟିଏ ଗରୀବ ପରିବାର ପାଇଁ ଘରଟିଏ ସମ୍ମାନ, ସ୍ୱାଭୀମାନ ଓ ସୁରକ୍ଷାର ବିଷୟ, ଯାହାକୁ ଦେଶର ପ୍ରଧାନମନ୍ତ୍ରୀ ମୋଦିଜୀ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ଏବଂ କାମରେ ମଧ୍ୟ ପ୍ରମାଣିତ କରିଛନ୍ତି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରୁଥିବାରୁ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।
    ପୂର୍ବରୁ ବିଜେଡି ସରକାର ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାରେ ବ୍ୟାପକ ଅନିୟମିତା ହେଉଥିଲା । ଯୋଗ୍ୟ ହିତାଧିକାରୀଙ୍କ ଘର ନଦେଇ ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଇଥିବାର ପ୍ରମାଣ କେନ୍ଦ୍ରୀୟ ଗୟା ପ୍ରସାଦ କମିଟିର ତଦନ୍ତ ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ଅଛି । ବିଜେପି ସରକାର ଗରୀବ ଓ ବାସହୀନ ଲୋକଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ଦେବା ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
    ଏହି ଅବସରରେ ଗଣମାଧ୍ୟମ ରାଜ୍ୟ ସଂଯୋଜକ ଶ୍ରୀ ସୁଜିତ ଦାସ ଏବଂ ମୁଖପାତ୍ର ଶ୍ରୀ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook