Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୩୬ ପ୍ରଦେଶ ପ୍ରଭାରୀ ଘୋଷଣା କଲା ବିଜେପି

    Share on :
    ajab-Image
    Date: Sep 24, 2026    Views: 2767

    ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ଦିନ ସାଂଗଠନିକ ପୁନର୍ଗଠନର ଅଂଶ ସ୍ୱରୂପ ୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି। ବିଜେପି ସଭାପତି ନୀତିନ ନବୀନ ଏହି ନିଯୁକ୍ତି ଦେଇଛନ୍ତି, ଅନେକ ବରିଷ୍ଠ ନେତାଙ୍କୁ ସାଂଗଠନିକ ଦାୟିତ୍ୱ ପ୍ରଦାନ କରିଛନ୍ତି। ଦଳ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଏବଂ ହରିୟାଣାର ପ୍ରଭାରୀ ନିଯୁକ୍ତ କରାଯାଇଛି, ହରିଶ ଦ୍ୱିବେଦୀଙ୍କୁ ବିହାର ପ୍ରଭାରୀ ନିଯୁକ୍ତ କରାଯାଇଛି।

    ବୈଜୟନ୍ତ ପଣ୍ଡା ହେଲେ ମହାରାଷ୍ଟ୍ର ପ୍ରଭାରୀ
    ଓଡ଼ିଶା ପ୍ରଭାରୀ ଦାୟିତ୍ବ ପାଇଲେ ଡି ପୂରନ୍ଦେଶ୍ବରୀ
    ଆଣ୍ଡାମାନ ନିକୋବର- ଜୟପ୍ରକାଶ, ଅରୁଣାଚଳ ପ୍ରଦେଶ- ଦେବେଶ କୁମାର
    ଆନ୍ଧ୍ର ପ୍ରଦେଶ- ଡା ଅରବିନ୍ଦ ଭଦୋରିଆ, ଆସାମ- ମଙ୍ଗଲ ପାଣ୍ଡେ
    ବିହାର- ହରିଶ ଦ୍ବିବେଦୀ, ଚଣ୍ଡିଗଡ଼- ମହେନ୍ଦ୍ର ପାଣ୍ଡେ
    ଛତିଶଗଡ଼- ସ୍ମୃତି ଈରାନୀ, ଦାଦ୍ରା ନଗର ହବେଲି – ବର୍ଷାବେନ୍‌ ନରେନ୍ଦ୍ରଭାଇ
    ଦିଲ୍ଲୀ- ବିନୟ ସହସ୍ରବୁଦ୍ଧେ, ଗୋଆ- ଭାରତୀ ପ୍ରବୀଣ ପାୱାର
    ଗୁଜରାଟ- ତରୁଣ ଚୁଗ୍‌, ହରିୟାଣା- ସ୍ମୃତି ଈରାନୀ
    ହିମାଚଳ ପ୍ରଦେଶ- ଶ୍ରୀକାନ୍ତ ଶର୍ମା, ଜାମ୍ମୁ-କଶ୍ମୀର- ସତୀଶ ପୁନିଆଁ
    ଝାଡ଼ଖଣ୍ଡ- ଗଜେନ୍ଦ୍ର ପଟେଲ, କର୍ଣ୍ଣାଟକ-ହରିଶ ଦ୍ବିବେଦୀ
    କେରଳମ-ଏମ୍‌ ନାଗରାଜ, ଲଦାଖ- ରାଜକୁମାର ଭାଟିଆ
    ଲକ୍ଷଦୀପ- ଚାର୍ଜ କୁରିଅନ, ମଧ୍ୟପ୍ରଦେଶ- ବିପ୍ଳବ କୁମାର ଦେବ
    ମଣିପୁର- ରାଜଦୀପ ରାୟ, ମେଘାଳୟ- କନାଦ ପୁରକାୟସ୍ଥ

    Maximum 500 characters

    ରାଜନୀତି View all

    Find Us on Facebook