Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

    Share on :
    ajab-Image
    Date: Sep 5, 2026    Views: 2747

    କଟକ: ଆଜି କଟକରେ ବିଜେପି ରାଜ୍ୟ  କାର୍ଯ୍ୟକାରିଣୀ ବୈଠକ । ଜବାହାରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଦୁଇଦିନ ଧରି ହେବାକୁ  ଥିବା ଏହି ବୈଠକରେ ପ୍ରାୟ ୪ଶହ ପ୍ରତିନିଧି  ଯୋଗଦେବେ । ବୈଠକରେ ରାଷ୍ଟ୍ରୀୟ ମହାମନ୍ତ୍ରୀ  ବି.ଏଲ୍‌ ସନ୍ତୋଷ ସାମିଲ ହେବେ । ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଶନିବାର ଅପରାହ୍ନରେ  ବୈଠକରେ ଯୋଗ ଦେବା ସହିତ କଟକ  ସର୍କିଟ୍‌ ହାଉସ୍‌ରେ ରାତ୍ରିଯାପନ କରିବେ ।  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ସାଂସଦ,  ରାଜ୍ୟର ମନ୍ତ୍ରୀ, ବିଧାୟକ ମଧ୍ୟ ବୈଠକରେ  ଯୋଗଦେବେ । ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବୈଠକରେ  ମାନସମନ୍ଥନ କରାଯିବା ସହ ନିର୍ବାଚନରେ  ସଫଳତା ପାଇଁ ରଣନୀତି ପ୍ରସ୍ତୁତ କରାଯିବ ।  
    ରାଜ୍ୟରେ ବିଜେପି ସରକାର ଆସିବା  ପରେ ଗତବର୍ଷ ଏହି ବୈଠକ ପୁରୀରେ  ଆୟୋଜିତ ହୋଇଥିଲା । ଉପକୂଳ ଅଞ୍ଚଳରେ  ସଂଗଠନ ମଜଭୁତ କରିବା ପାଇଁ ପୁରୀ ପରେ  ଏବେ ଦଳ କଟକରେ କାର୍ଯ୍ୟକାରିଣୀ ବୈଠକ  ଆୟୋଜନ କରୁଥିବା କୁହାଯାଉଛି । ରାଜ୍ୟରେ  ବିଜେପି ସରକାର ଗଠନ କରିବାକୁ ୨ ବର୍ଷ  ବିତିସାରିଲାଣି । ତେଣୁ ଆଗାମୀ ପୌର ଓ  ବିଧାନସଭା ନିର୍ବାଚନ ଦଳ ପାଇଁ ଏସିଡ୍‌  ଟେଷ୍ଟ ହେବ । ତେଣୁ ସଂଗଠନ ଓ ସରକାର  ମଧ୍ୟରେ ଉତ୍ତମ ସମନ୍ୱୟ ରଖି ନିର୍ବାଚନରେ  କିଭଳି ଭଲ ପ୍ରଦର୍ଶନ କରାଯିବ ସେନେଇ  ରାଜ୍ୟ ନେତୃବୃନ୍ଦ ଉଦ୍ୟମ କରୁଛନ୍ତି । ଏହି ଦୃଷ୍ଟିରୁ କଟକରେ ଆସନ୍ତାକାଲିଠାରୁ  ଆରମ୍ଭ ହେଉଥିବା ରାଜ୍ୟ କାର୍ଯ୍ୟକାରିଣୀ  ବୈଠକ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି ।  

    ମିଳିଥିବା ସୂଚନା ଅନୁସାରେ, ୫ ତାରିଖ  ଶନିବାର ଅପରାହ୍ନ ୨ଟା ୪୫ରେ ଦଳୀୟ  ପତାକା ଉତ୍ତୋଳନରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ।  ପ୍ରଥମ ଦିନ ତିନିଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ  ଅନୁଷ୍ଠିତ ହେବ । ଉଦ୍‌ଘାଟନୀ ସମାରୋହରେ  ଦଳ ରାଜ୍ୟ ସଭାପତି ମନମୋହନ ସାମଲ  ଉଦ୍‌ବୋଧନ ଦେବେ । ଅପରାହ୍ନ ୪ଟା ୪୫ରେ  ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଓ ସନ୍ଧ୍ୟା ୭ଟାରେ ପୂର୍ବ  କାର୍ଯ୍ୟକ୍ରମର ସମୀକ୍ଷା ଓ ଆଗାମୀ କାର୍ଯ୍ୟକ୍ରମର  ଆଲୋଚନା ଏବଂ ପିପିଟିର ଉପସ୍ଥାପନା ।   ଦ୍ୱିତୀୟ ଦିନ ବା ରବିବାର ସକାଳ ୮ଟାରୁ ୯ଟା  ୧୫ ପର୍ଯ୍ୟନ୍ତ ସାଂସଦ ଓ ବିଧାୟକଙ୍କ ବୈଠକ  ଆୟୋଜିତ ହେବ । ୯ଟା ୪୫ରୁ ଦ୍ୱିତୀୟ ଦିନର  ପ୍ରଥମ ପର୍ଯ୍ୟାୟ ଔପଚାରିକ କାର୍ଯ୍ୟକ୍ରମ ଆରମ୍ଭ  ହେବ । ଏଥିରେ ରାଜନୈତିକ ଚିଠାପ୍ରସ୍ତାବ  ଅଣାଯିବ । ଦିନ ୧୨ଟା ୪୫ରୁ ଉଦ୍‌ଯାପନୀ  ସମାରୋହ ଆରମ୍ଭ ହେବ । ଏଥିରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଅଭିଭାଷଣ ଦେବେ ।  ଦିନ ପ୍ରାୟ ସାଢ଼େ ୨ଟାରେ ଏହା ଶେଷ ହେବ ।  କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତୀନ ନବୀନ  ଯୋଗଦେବା ନେଇ ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ  ଯୋଗାଯୋଗ ଚାଲିଛି । ସମ୍ଭବତଃ ଏନେଇ  ଶନିବାର ସକାଳେ ସ୍ପଷ୍ଟ ସୂଚନା ମିଳିବ  ବୋଲି ବିଜେପି ନେତୃବୃନ୍ଦ ପ୍ରକାଶ କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook