Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    'ବିଜେଡି ପିଲାଳିଆମି କରୁଛି'

    Share on :
    ajab-Image
    Date: Aug 2, 2026    Views: 2968

    ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡି ଆଣିଥିବା ଅଭିଯୋଗକୁ ଉପରେ କଡା କାଉଣ୍ଟର କରିଛି ଭାରତୀୟ ଜନତା ପାର୍ଟି । ବିରଞ୍ଚିନାରାୟଣ ତ୍ରିପାଠୀ କହିଛନ୍ତି, "ବିଜେଡି ପିଲାଳିଆମି କରୁଛି ବୋଲି କହିଛି ବିଜେପି । ମହାନଦୀ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ସରକାରଙ୍କ ମଧ୍ୟରେ କ’ଣ ଆଲେଚନା ହେଲା ତାହା ସାର୍ବଜନୀନ କରିବାକୁ କହୁଛି । ମାତ୍ର ବିଜେଡି ଜାଣିରଖିବା ଦରକାର ଯେ, ଆଲୋଚନା ସମାପ୍ତ ହୋଇନାହିଁ । ଦୁଇ ରାଜ୍ୟର ସରକାର ମଧ୍ୟରେ ଯେତେବେଳ ଚର୍ଚ୍ଚା ଆଲୋଚନା ହୁଏ, ତାହା ସମାପ୍ତ ନ ହେବା ପର୍ଯ୍ୟନ୍ତ ବାହାରେ ପ୍ରକାଶ କରାଯାଏ ନାହିଁ । ବିଜେଡିର କେଉଁ ଅଯୋଗ୍ୟତା କାରଣରୁ ମହାନଦୀ ଜଳବିବାଦ ହେଲା ତାହାର ଆତ୍ମସମୀକ୍ଷା ନକରି ଏଭଳି ପ୍ରଶ୍ନ ଉଠାଇବା ଅତ୍ୟନ୍ତ ହାସ୍ୟାସ୍ପଦ l" ବିଜେପି କହିଛି ଯେ, ବିଜେଡି ଯେଉଁଭଳି ଭାବେ ନୈରାଶ୍ୟ ଭିତରେ ଅଛି, କେବଳ ମିଡିଆରେ ରହିବା ପାଇଁ ଏଭଳି ପ୍ରଶ୍ନ ଉଠାଇଛନ୍ତି । ଯେଉଁମାନେ ପ୍ରଶ୍ନ କରୁଛନ୍ତି ସେମାନେ ବିଧାୟକ ଓ ମନ୍ତ୍ରୀ ଥିବାବେଳେ ଛତିଶଗଡ଼ରେ ସବୁ ବ୍ୟାରେଜ ତାଙ୍କ ସମୟରେ ହୋଇଛି । ସେ ସମୟରେ ଜଳ ସମ୍ପଦ ବିଭାଗର ସଚିବ କହିଥିଲେ, ଛତିଶଗଡ ଶହେ ବନ୍ଧ ବାନ୍ଧିଲେ ବି ଓଡିଶା ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେହି ସମୟରେ ମନ୍ତ୍ରୀ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । 24 ବର୍ଷ ଭିତରେ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ସରକାର ମହାନଦୀରେ ଗୋଟିଏ ପ୍ରୋଜେକ୍ଟ ବି କରିନାହାନ୍ତି । ଯଦି ଏତେ ଲମ୍ବା ସମୟ ଭିତରେ କିଛି କରିପାରିଲାନି କିମ୍ବା ଟ୍ରିବ୍ୟୁନାଲକୁ ତଥ୍ୟ ବି ଦେଇପରିଲେନି, ଏବେ କଣ ପାଇଁ ଚିତ୍କାର କରୁଛନ୍ତି, ତେଣୁ ତାଙ୍କର ପ୍ରଶ୍ନ କରିବାର ଅଧିକାରୀ ନାହିଁ ।

    ବିଜେପି ସାଧାରଣ ସମ୍ପାଦକ ବିରଞ୍ଚିନାରାୟଣ ତ୍ରିପାଠୀ କହିଛନ୍ତି, "ଆମ ସରକାର ବିସ୍ତୃତ ଯୋଜନା କରିଛି । ତେଣୁ ଆମେ ଚେଷ୍ଟା କରୁଛୁ ତାକୁ ଆପୋଷ ସମାଧାନ କରି ଚାଷୀ ଓ ଓଡ଼ିଶାବାସୀଙ୍କ ପାଇଁ କାମ କରିବା ପାଇଁ । ବିଜେଡି ପିଲାଳିଆମି କରୁଛି । ଆଲେଚନା ଆରମ୍ଭ ହୋଇଛି । ସାର୍ବଜନୀନ କଣ ହେବ? ବିଜେଡିର ଯାହା କହୁଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ।"

    ମହାନଦୀ ଓଡ଼ିଶା ପାଇଁ ଜୀବନ ରେଖା । ମହାନଦୀ ଜଳ ବିବାଦ ଦୀର୍ଘଦିନଧରି ଟ୍ରିବୁନାଳରେ ଥିବାରୁ ଅନେକ କାମ ଅଟକି ରହିଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଫଳରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ, ମୁଖ୍ୟ ସାନସଚିବ ଓ ବୈଶୟୀକ ଅଧିକାରୀଙ୍କୁ ନେଇ ଏକ ପ୍ରୟାସ ଆରମ୍ଭ ହୋଇଛି । ଯାହା ସଫଳତା ଆଡ଼କୁ ଗତି କରୁଛି । ଆସନ୍ତା ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦ ସମାଧାନ ହେବାକୁ ଯାଉଛି । CWC ଏକ ବୈଷୟିକ କମିଟି ଗଠନକରି 3 ମାସ ଭିତରେ ସମାଧାନର ସୂତ୍ର ବାହାରକ କରାଯାଉଛି ।

    ବିଜେପି ଓଡ଼ିଶାବାସୀ ଏବଂ ଓଡ଼ିଶାର ଚାଷୀକୂଳ ପାଇଁ ସମର୍ପିତ ରାଜନୈତିକ ଦଳ । ସେହି ଆଧାରରେ ମହାନଦୀ ବିବାଦର ସମାଧାନ କରାଯିବ । ମହାନଦୀର ଜଳକୁ ସଂରକ୍ଷଣ କରି ପୂରା ଓଡ଼ିଶାବାସୀଙ୍କ ପିଇବା ପାଣିଠାରୁ ଆରମ୍ଭ କରି ଚାଷ କାମରେ କିପରି ଲଗାଯିବ ସେନେଇ ଓଡ଼ିଶାର ବିଜେପି ସରକାର ପକ୍ଷରୁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାର ଏକ ଅଂଶ ହେଉଛି ମହାନଦୀର ଜଳବିବାଦ ସମାଧାନ । ଟ୍ରିବ୍ୟୁନାଲରେ ଏହି ବିବାଦ ଥିବାରୁ କୌଣସି କାମ ହୋଇପାରୁ ନାହିଁ । ଏନେଇ ଉକ୍ତ ବିବାଦକୁ ଟ୍ରିବ୍ୟୁନାଲରୁ ଆଣି ଏହାର ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ । ମହାନଦୀ ଜଳକୁ ସାଧାରଣ ଜନତା ଓ ଚାଷୀକୂଳ ପାଖରେ ପହଞ୍ଚାଇବା ପାଇଁ ବିଜେପି ସରକାର କାର୍ଯ୍ୟ କରୁଛି ବୋଲି ବିଜେପି କହିଛି ।

     

     

    Maximum 500 characters

    ରାଜନୀତି View all

    Find Us on Facebook