Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    'ଗୋଦାରୀ ଲୋ.. ତୋ ଗୋଡ଼କୁ ଅନା' କହି ବିରୋଧୀଙ୍କୁ କଲା ବିଜେପି

    Share on :
    ajab-Image
    Date: Jul 27, 2026    Views: 3030

    ଭୁବନେଶ୍ୱର: ନିଟ୍ ପେପର ଲିକକୁ ନେଇ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତିରେ ଝଡ ଉଠିଛି l କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ରାଜ୍ୟରେ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ l ପାଠ୍ୟ ପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟି ପାଇଁ ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଦାବିରେ ଅଡି ବସିଛନ୍ତି ଉଭୟ ବିରୋଧୀ । ଏଥିପାଇଁ 7 ଦିନର ଅଲଟିମେଟମ୍ ଦେଇଛି କଂଗ୍ରେସ ।
    ଏପଟେ କଂଗ୍ରେସ ଓ ବିଜେଡିକୁ କଡ଼ା କାଉଣ୍ଟର କରିଛି ବିଜେପି l 'ଗୋଦାରୀ ଲୋ.. ତୋ ଗୋଡ଼କୁ ଅନା' କହି ବିରୋଧୀଙ୍କୁ କଟାକ୍ଷ କରିଛି ବିଜେପି l ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ, ବିରଞ୍ଚି ତ୍ରିପାଠୀ କହିଛନ୍ତି, ‘କଂଗ୍ରେସ ଏବେ ଲୋକଙ୍କ ସହ ନାହିଁ। ପୂର୍ବରୁ ରାଜ୍ୟରେ କଂଗ୍ରେସ ସରକାର ଥିଲା। ସେ ସମୟରେ ପ୍ରତିବର୍ଷ ପ୍ରଶ୍ନପତ୍ର ଲିକ ହେଉଥିଲା। 2004ରୁ 2014 ପର୍ଯ୍ୟନ୍ତ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା। ସେତେବେଳେ ମଧ୍ୟ ଅନେକ ପ୍ରଶ୍ନପତ୍ର ଲିକ ହୋଇଛି। ସେତେବେଳେ କାହିଁକି କଂଗ୍ରେସ ଶୋଇଥିଲା। ଏବର୍ଷ କର୍ଣ୍ଣାଟକରେ ପ୍ରଶ୍ନ ପତ୍ର ଲିକ ହୋଇଛି। ହିମାଚଳ ପ୍ରଦେଶରେ ପ୍ରଶ୍ନ ପତ୍ର ଲିକ ହୋଇଛି। ଏ ଘଟଣାରେ ତାଙ୍କର ନୈତିକତା କୁଆଡେ ଗଲା’ ବୋଲି କହି ପ୍ରଶ୍ନ କରିଛନ୍ତି ସାଧାରଣ ସମ୍ପାଦକ ।

    ସେ ଆହୁରି କହିଛନ୍ତି, ‘ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି। ହେଲେ ବିଜେଡି ସରକାର ଥିବା ବେଳେ ତାଙ୍କ ମନ୍ତ୍ରୀମାନଙ୍କୁ ବାଧ୍ୟ କରାଯାଉଥିଲା ଇସ୍ତଫା ଦେବା ପାଇଁ । କାରଣ ନବୀନଙ୍କ ଭାବମୂର୍ତ୍ତି ତିଆରି କରିହେବ।’ ଏ ପରିପ୍ରେକ୍ଷୀରେ ଗୋଦାରୀ ଲୋ, ତ ଗୋଡ଼କୁ ଅନା ବୋଲି କହି ଉଭୟ ବିରୋଧୀଙ୍କୁ ଟାର୍ଗେଟ କରିିଥିଲେ ବିରଞ୍ଚି ତ୍ରିପାଠୀ ।

    ସେହିପରି ରାଜ୍ୟସଭା ସାଂସଦ ସୁଜିତ୍ କୁମାର କହିଛନ୍ତି, ‘ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦେଶବିରୋଧୀ ଅସାମାଜିକ ତତ୍ତ୍ୱ କିପରି ଛାତ୍ର ଆନ୍ଦୋଳନରୁ ଫାଇଦା ନ ନେଇପାରିବେ, ସେଥିପାଇଁ ଇସ୍ତଫା ଦେଇଛନ୍ତି। ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ମନେରହିବ। ଜାତୀୟ ଶିକ୍ଷା ନୀତି ଲାଗୁ କରିବା, ବିଦେଶ ଭଳି କ୍ରେଡିଟ ଫ୍ରେମ ୱାର୍କ କରିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସବୁବେଳେ ଆନ୍ତରିକତାର ସହ କାମ କରୁଥିଲେ ଧର୍ମେନ୍ଦ୍ର ପ୍ରଧାନ।’

    ବିରୋଧୀଙ୍କ ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସାଂସଦ କହିଲେ, ‘ପଞ୍ଜାବରେ ପେପର ଲିକ ହେଲା, କର୍ଣ୍ଣାଟକରେ ପେପର ଲିକ ହେଲା । ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜରିବଲ ସେମାନଙ୍କ ମନ୍ତ୍ରୀଙ୍କ ଇସ୍ତଫା କଥା କହିଲେଣି କି? କେବଳ ସୁବିଧାବାଦ ରାଜନୀତି ପାଇଁ ବିରୋଧୀ ଉଦ୍ୟମ କରୁଛନ୍ତି’ ବୋଲି କହିଛନ୍ତି ସାଂସଦ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook