ମୁଖ୍ୟ ଖବର
ଭୁବନେଶ୍ଵର : ବାଲିଅନ୍ତା ବର୍ବରତା ନେଇ ରାଜନୀତି ସରଗରମ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁ ଓ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ। ବିଜେପି ବିଧାୟକ ଅଗସ୍ଥି ବେହେରା ଅରୁଣଙ୍କ ଟାର୍ଗେଟର ଜବାବ ରଖିଛନ୍ତି । ସେ କହିଛନ୍ତି ଯେ, ବିଜେଡି ଶାସନ ସମୟରେ ବହୁତ ଘଟଣା ଘଟୁଥିଲା। ବାଲିଅନ୍ତା ଘଟଣା ଲୋକଙ୍କ ଆକ୍ରୋଶ ଯୋଗୁଁ ଏମିତି ଘଟିଲା। ଦୋଷୀଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା କମିଶନ ମଧ୍ୟ ଘଟଣା ସ୍ଥଳକୁ ଯାଇଛନ୍ତି। ଆମ ସରକାରରେ ଯେଉଁଠି ବି କ୍ରାଇମ ହେଉଛି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଆଯାଉଛି। କିନ୍ତୁ ବିରୋଧୀ ରାଜନୀତି ନକରନ୍ତୁ। ବିରୋଧୀ ଏଭଳି ଘଟଣାରେ ସମ୍ବେଦନଶୀଳତା ଦେଖାଇବାର କଥା। ରାଜନୀତି କରିବା ଠିକ ନୁହେଁ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସେ କହିଛନ୍ତି ଯେ, ବୁଲେଟ ଚଢେଇ ମାରିଦେବା, ପିଟିପିଟି ମାରିଦେବା ଘଟଣା ବିଚଳିତ କରିଛି। ବିଜେଡିର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଲଜ୍ୟାଜନକ। କିଛି ଦିନ ହେଲାଣି ରାଜ୍ୟରେ ବିଚଳିତ କଲା ଭଳି ଘଟଣା ଘଟୁଛି। ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ହେଉଛି। ଏବେ ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଛନ୍ତି ମୋହନ ସରକାର। ଯେଉଁ ଘଟଣା ସାମ୍ନାକୁ ଆସିଛି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରେ ଜଡିତ କିଛି ଲୋକ ଗିରଫ ହୋଇଛନ୍ତି। ଆଗକୁ ଆହୁରି କାର୍ୟ୍ୟାନୁଷ୍ଠାନ ହେବ।
Comments ସମସ୍ତ ମତାମତ