Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଭାରତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ: ବିଜେପି ଦଖଲରେ ଅଙ୍ଗ-ବଙ୍ଗ-କଳିଙ୍ଗ

    Share on :
    ajab-Image
    Date: May 5, 2026    Views: 3116

    ପଶ୍ଚିମବଙ୍ଗ ସମେତ ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀ ନିର୍ବାଚନ ଫଳ ପ୍ରକାଶ ପରେ ଭାରତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଶେଷ କରି ପୂର୍ବ ଭାରତର ତିନି ପ୍ରମୁଖ ଅଞ୍ଚଳ ଅଙ୍ଗ (ବିହାରର କିଛି ଅଂଶ), ବଙ୍ଗ (ପଶ୍ଚିମବଙ୍ଗ) ଏବଂ କଳିଙ୍ଗ (ଓଡ଼ିଶା)କୁ ବିଜେପି ନିଜ ଦଖଲକୁ ନେଇଛି। ପଶ୍ଚିମବଙ୍ଗରେ ନିର୍ବାଚନରେ ବିଜେପି ଆଜି ଐତିହାସିକ ଦେବ ସହ ଏହି ସଫଳତା ହାସଲ କରିଛି। ୨୦୨୪ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ସଫଳତା ହାସଲ କରିଥିଲା। ଏହା ପୂର୍ବରୁ ୨୦୨୫ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ପୂର୍ବାଞ୍ଚଳ​ର ଅନ୍ୟତମ ପ୍ରମୁଖ ରାଜ୍ୟ ବିହାରରେ ବିଜୟ ହାସଲ ପୂର୍ବକ ସରକାର ଗଠନ କରିଥିଲା। ଏବେ ଏଠାରେ ବିଜେପିର ସମ୍ରାଟ ଚୌଧରୀ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି। ତେଣୁ ତିନି ରାଜ୍ୟ ଏବେ ବିଜେପି ଶାସନାଧୀନ ହୋଇଛି। ପୂର୍ବରୁ ବିହାରରେ ଜେଡିୟୁର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ପରଠାରୁ ବିଜେପି ନିଜର ସ୍ଥିତି ସୁଦୃଢ଼ କରିଚାଲିଛି। କେନ୍ଦ୍ରୀୟ ଯୋଜନା ଓ ଓଡ଼ିଆ ଅସ୍ମିତାକୁ ନେଇ ବିଜେପି କଳିଙ୍ଗରେ ନିଜର ପତିଆରା ବଢ଼ାଇବାରେ ସଫଳ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନ ଏବେ ସଫଳ ହେଉଥିବା ପରି ମନେହେଉଛି, ଯେଉଁଠି ପୂର୍ବ ଭାରତର ବିକାଶ ସହ ବିଜେପିର ରାଜନୈତିକ ସମ୍ପ୍ରସାରଣକୁ ଗୁରୁତ୍ୱ ଦିଆଯାଉଛି। ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକଙ୍କ ପରି ନେତାଙ୍କ ଆଞ୍ଚଳିକ ଦଳର ଗଡ଼ରେ ବିଜେପି ସଫଳ ହୋଇଥିବାରୁ ଏହା ଜାତୀୟ ରାଜନୀତିରେ ଏକ ନୂଆ ମୋଡ଼ ଆଣିଛି। ଅଙ୍ଗ, ବଙ୍ଗ ଓ କଳିଙ୍ଗରେ ବିଜେପିର ଏହି ବଢୁଥିବା ପ୍ରଭାବ ଓ ଡବଲ ଇଞ୍ଜିନ ସରକାର ଆଗାମୀ ଦିନରେ ଦେଶର ରାଜନୈତିକ ମାନଚିତ୍ରକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେବାର ସଙ୍କେତ ଦେଉଛି।

    Maximum 500 characters

    ରାଜନୀତି View all

    Find Us on Facebook