Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି

    Share on :
    ajab-Image
    Date: Apr 28, 2026    Views: 2422

    ଭୁବନେଶ୍ଵର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ସୂଚନା। ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି। ସେ କହିଛନ୍ତି ଯେ, ଜୁନ ୧୨ରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ହେବ। ଏହା ପୂର୍ବରୁ ବାକି ସମସ୍ତ ନିଯୁକ୍ତି ଶେଷ ହେବ। ନିଗମ ଓ ବୋର୍ଡରେ ନିଯୁକ୍ତି ହେବ। ରାଜ୍ୟର ୨୯ ଜିଲ୍ଲାରେ ଓକିଲ ନିଯୁକ୍ତି ସରିଛି, ଖୋର୍ଦ୍ଧାରେ ବାକି ଅଛି। ଖୁବଶୀଘ୍ର ଖୋର୍ଦ୍ଧା ଜିଲ୍ଲାରେ ଓକିଲ ନିଯୁକ୍ତି ହୋଇଯିବ। ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ମନମୋହନ କହିଛନ୍ତି ଯେ, କେନ୍ଦ୍ରୀୟ ନେତାଙ୍କ ସହ ବୈଠକ ପରେ ସମ୍ପ୍ରସାରଣ ହେବ। ଯେତେବେଳେ ଲାଗିବ ସମ୍ପ୍ରସାରଣ ହେବା ଦରକାର, ସେତେବେଳେ ହେବ। ସଂକଳ୍ପ ପତ୍ରରେ ଯେଉଁ କଥା କହିଥିଲୁ, ସେଥିରୁ ୮୦ ପ୍ରତିଶତ ସାରିଛୁ। ବାକି ଥିବା କାମ ୨ ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ।

    ଆସାମ ଓ ପଶ୍ଚିମବଙ୍ଗ ନିର୍ବାଚନ ପ୍ରସଙ୍ଗରେ ମନମୋହନ କହିଛନ୍ତି ଯେ, ଆସାମ ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡ଼ିଶାକୁ ୩୬ଟି ବିଧାନସଭା ଦାୟିତ୍ୱ ଦିୟାଯାଇଥିଲା। ବେଙ୍ଗଲକୁ ଲାଗିଥିବା ଜିଲ୍ଲାମାନଙ୍କୁ ଆମର ଅଧିକା କାର୍ୟ୍ୟକର୍ତ୍ତା ଯାଇଥିଲେ। ପ୍ରତି ବିଧାନସଭା ପାଇଁ ଜଣେ କି ଦୁଇ ଜଣ କାର୍ୟ୍ୟକର୍ତ୍ତା ଯାଇଥିଲେ। ବେଙ୍ଗଲ ନିର୍ବାଚନ ବର୍ତ୍ତମାନ ସାଧାରଣ ଲୋକଙ୍କ ନିର୍ବାଚନ ହୋଇଯାଇଛି। ଆସାମକୁ ଦୁଇଟି ଫେଜରେ ୧୪ ଜଣ ଏବଂ ବେଙ୍ଗଲକୁ ମଧ୍ୟ ଦୁଇଟି ଫେଜରେ ଅଧିକ ସଂଖ୍ୟକ କାର୍ୟ୍ୟକର୍ତ୍ତା ଯାଇଥିଲେ। 

    Maximum 500 characters

    ରାଜନୀତି View all

    Find Us on Facebook