Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    'ହୀନ ଚକ୍ରାନ୍ତ କରି ମହିଳାଙ୍କୁ ତାଙ୍କ ଅଧିକାରରୁ ବଂଚିତ କରିଛନ୍ତି ବିରୋଧି'

    Share on :
    ajab-Image
    Date: Apr 27, 2026    Views: 2556

    ଭୁବନେଶ୍ବର: ମହିଳା ସଂରକ୍ଷଣ ବିଲକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ଯେ,' ବିଜେପି ସରକାର କାହାରିକୁ ନ ଜଣାଇ ଏପରି ବିଲ୍ ଆଣିଛନ୍ତି। ଏହା ବିଜେପିର ଏକ ଲଲିପପ ଥିଲା। ଆମକୁ ୫୪୩ରେ ୩୩ ପ୍ରତିଶତ ସଂରକ୍ଷଣ କଥା କୁହାଯାଇଥିଲା। ଏବେ ଜନ ଗଣନା ସରିନି କାହିଁକି ଏ କଥା କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି। ଲୋକଙ୍କୁ ଠକିବା ପାଇଁ ବିଜେପି ଏପରି କରୁଥିବା କଥା କହିଛି ବିଜେପି। କିଛି ରାଜ୍ୟରେ ନିର୍ବାଚନ ଥିବାରୁ ବିଜେପି ଛଳନା କରୁଥିବା କଥା କହିଛି ବିଜେଡି। କାହାକୁ ପଚାରି ୮୩୦ ସିଟ୍ କଲେ ବୋଲି ବିଜେଡିର ପ୍ରମୁଖ ନେତ୍ରୀ ସୁଲତା ଦେଓ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି,' ବିଜେପିର ଚିତ୍କାର ଶୁଣିଲେ ହସ ଲାଗୁଛି। ଆପଣ ମହିଳାଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି। ଖାଲି ପ୍ରଚାର କରୁଛନ୍ତି।'
    ସେପଟେ ବିରୋଧୀ ଦଳ ବିଜେଡିର ଏପରି ପ୍ରତିକ୍ରିୟାର ଜବାବ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ମହିଳା ସଂରକ୍ଷଣ ବିଲଙ୍କୁ ନେଇ ବିଧାନସଭାରୁ ପଂଚାୟତ ପର୍ୟ୍ୟନ୍ତ ନିନ୍ଦା ପ୍ରସ୍ତାବ ବିଜେପି ପାରିତ କରିବ ବୋଲି କହିଛନ୍ତି ମନମୋହନ। ବିଜେପି ବିଧାନସଭାରୁ ସାମାଜିକ ଅନୁଷ୍ଠାନ ପର୍ୟ୍ୟନ୍ତ ଏହା ଉପରେ ଆଲୋଚନା କରିବ। ସବୁଠି ନିନ୍ଦା ପ୍ରସ୍ତାବ ପାରିତ ହେବ। ପଂଚାୟତ, ବ୍ଳକ, ଜିଲ୍ଲା ପରିଷଦ, ଗ୍ରାମ ସଭା ପର୍ୟ୍ୟନ୍ତ ନିନ୍ଦା ପ୍ରସ୍ତାବ ପାରିତ ହେବ। ବିରୋଧୀ ହୀନ ଚକ୍ରାନ୍ତ କରି ମହିଳାଙ୍କୁ ତାଙ୍କ ଅଧିକାରରୁ ବଂଚିତ କରିଛନ୍ତି, ଏହା ବିରୋଧୀଙ୍କୁ ମହାଙ୍ଗା ପଡ଼ିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook