Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    'ସୀମା ପୁନଃ ନିର୍ଦ୍ଧାରଣ ନେଇ ଦ୍ୱନ୍ଦ୍ୱ କରିବା ନବୀନଙ୍କୁ ଶୋଭା ଦେଉନି'

    Share on :
    ajab-Image
    Date: Apr 17, 2026    Views: 2193

    ଭୁବନେଶ୍ଵର: ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠିର ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ସୀମା ପୁନଃ ନିର୍ଦ୍ଧାରଣ ନେଇ ଦ୍ୱନ୍ଦ୍ୱ ତିଆରି କରିବାର ପରିକଳ୍ପନା ନବୀନଙ୍କ ଭଳି ବରିଷ୍ଠ ନେତାଙ୍କୁ ଶୋଭା ଦେଉନି। ପରୋକ୍ଷ ଭାବେ ଏହାକୁ ବିରୋଧ କରିବା, ଅଟକାଇବା ମାନସିକତା ନବୀନ ଛାଡ଼ନ୍ତୁ। କେନ୍ଦ୍ର ସରକାର ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଆଗାମୀ ଇତିହାସକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏତିକି ବଢିବ ସେତିକି ବଢିବ କହି ଦ୍ୱନ୍ଦ୍ୱ କରିବା ଠିକ୍ ନୁହେଁ।

    ପୃଥ୍ଵୀରାଜ କହିଛନ୍ତି ଯେ, ଆଗାମୀ ଦିନରେ ସୀମା ପୁନଃ ନିର୍ଦ୍ଧାରଣ ହୋଇ ସିଟ୍ ସଂଖ୍ୟା ବଢିଲେ ଗଣତନ୍ତ୍ର ପାଇଁ ଶୁଭଙ୍କର ହେବ। ତାକୁ ବିରୋଧ କରି ସ୍ୱତନ୍ତ୍ର ଅଧିବେଶନ ଜିଦ କରିବା ପରୋକ୍ଷ ଭାବେ ମହିଳା ସଂରକ୍ଷଣକୁ ବିରୋଧ କରିବାକୁ ବିଜେଡିର ନୂଆ ଯୋଜନା। ସେହି ଦୃଷ୍ଟିରୁ ଏଭଳି ବିବାଦରୁ ନବୀନ ଦୂରେଇ ରୁହନ୍ତୁ। ନିର୍ବାଚନ ମଣ୍ଡଳୀ ସାଇଜ୍ ଯଦି ୟୁନିଫର୍ମ ରହିଲା, ଅପେକ୍ଷାକୃତ ବଡ଼ ନରହିଲା ତାହେଲେ ଜନପ୍ରତିନିଧିମାନଙ୍କୁ  ସୁବିଧା ହୁଏ। ବିଜେଡିର ନେତା ବୋଧେ ଏକଥା ବୁଝନ୍ତି ନାହିଁ ବୋଲି ଆଇନ ମନ୍ତ୍ରୀ ଟାର୍ଗେଟ୍ କରିଛନ୍ତି। 

    Maximum 500 characters

    ରାଜନୀତି View all

    Find Us on Facebook