Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ କରି ଫଟୋଚିତ୍ର ପ୍ରଦର୍ଶନୀ, ଦସ୍ତଖତ ଅଭିଯାନ

    Share on :
    ajab-Image
    Date: Apr 14, 2026    Views: 2990

    ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତବର୍ଷ ଏବେ ସ୍ୱର୍ଣ୍ଣିମ ଯୁଗଆଡ଼କୁ ଅଗ୍ରସର ହେଉଛି। ବିକଶିତ ଭାରତର ସ୍ୱପ୍ନ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଏହି ବିକାଶମୂଳକ କାର୍ୟ୍ୟରେ ମହିଳମାନଙ୍କ ପୂର୍ଣ୍ଣ ଯୋଗଦାନ ରହିବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆସିବାକୁ ଯାଉଛି। ଏହି ଅଧିନିୟମ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ମହିଳାଙ୍କ ସଂରକ୍ଷଣକୁ ସୁନିଶ୍ଚିତ କରାଇବ। ସମ୍ବିଧାନରେ ଏହି ସଂଶୋଧନ ଭାରତ ଇତିହାସରେ ଏକ ଯୁଗାନ୍ତକାରୀ ପଦକ୍ଷେପ। 
    ଏପ୍ରିଲ ୧୬ରୁ ୧୮ ପର୍ୟ୍ୟନ୍ତ ନାରୀଶକ୍ତି  ବନ୍ଦନ ଅଧିନିୟମ ଉପରେ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ହେବାକୁ ଯାଉଛି। ଏନେଇ ଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଅଭିଭାଷଣ ରଖିଥିଲେ। ଏହି ଅଧିନିୟମ ନାରୀମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବ ବୋଲି ସେ କହିଥିଲେ। ରାଜ୍ୟ କାର୍ୟ୍ୟାଳୟରେ ମହିଳା ମୋର୍ଚ୍ଚାର କାର୍ୟ୍ୟକର୍ତା, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସାମାଜିକ କର୍ମୀ, କଲେଜର ଶିକ୍ଷାବିତ୍ ଓ ଛାତ୍ରୀମାନେ ଉପସ୍ଥିତ ରହି ମୋଦିଜୀଙ୍କ ଅଭିଭାଷଣର ସିଧା ପ୍ରସାରଣ ଶୁଣିଥିଲେ। ଏପ୍ରିଲ ୧୬ରୁ ୧୮ ତାରିଖ ପର୍ୟ୍ୟନ୍ତ  ସଂସଦରେ ଏନେଇ ଏକ ସ୍ୱତନ୍ତ୍ର ଅଧିବେଶନ ହେବାକୁ ଥିଲାବେଳେ ଏହାକୁ ସମର୍ଥନ କରି ରାଜ୍ୟ କାର୍ୟ୍ୟାଳୟରେ ବହୁ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ରହି ୯୬୬୭୧୭୩୩୩୩ ନମ୍ବରରେ ମିସ୍ କଲ୍ କରିଥିଲେ। ଏହି ଅବସରରେ ନାରୀ କଲ୍ୟାଣ ପାଇଁ ବିଜେପି ସରକାର ଦ୍ୱାରା ଆରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନା, ମମତା ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ଲକ୍ଷ୍ୟପତି ଦିଦି ଯୋଜନା, ଉଜ୍ଜ୍ୱଳା ଯୋଜନା, ମିଶନ ଶକ୍ତି, ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମହିଳା ଇ-ହାଟ, ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ଓଡ଼ିଶାର ମହିୟସୀ ମହିଳାମାନଙ୍କୁ ନେଇ ଫଟୋ ପ୍ରଦର୍ଶନୀ କରାଯାଇଥିଲା। ଏସବୁ ନାରୀ କଲ୍ୟାଣକାରୀ ଯୋଜନା  ପାଇଁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା “ଧନ୍ୟବାଦ ମୋଦିଜୀ” ଦସ୍ତଖତ ଅଭିଯାନ ରେ ସହସ୍ରାଧିକ ମା’ ଓ ଭଉଣୀ ସାମିଲ ହୋଇଥିଲେ।
    ଏହି କାର୍ୟ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ୟ୍ୟା ବିଶ୍ୱାଳ, ବରିଷ୍ଠ ସମାଜସେବୀ ଶ୍ରୀମତୀ ସବିତା ରାଏ ପ୍ରମୁଖ ଉପସ୍ଥିତ ଥିଲେ। 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook