Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମହିଳା ସଂରକ୍ଷଣ ବିଲ୍ ଆଗତ ପୂର୍ବରୁ ବିଜେପିର ହ୍ୱିପ୍

    Share on :
    ajab-Image
    Date: Apr 12, 2026    Views: 2318

    ନୂଆଦିଲ୍ଲୀ: ବିଜେପି ସାଂସଦଙ୍କୁ ହ୍ୱିପ୍ ଜାରି । ୩ ଦିନ ଗୃହରେ ଉପସ୍ଥିତ ରହିବାକୁ ସାଂସଦଙ୍କୁ ହ୍ୱିପ୍ ଜାରି କରିଛି ବିଜେପି । ୧୬,୧୭ ଏବଂ ୧୮ ତାରିଖରେ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି ହୋଇଛି । ୩ ଦିନ ମଧ୍ୟରେ କୌଣସି ଛୁଟି ଅନୁମତି ଦିଆଯାଇନାହିଁ । ମହିଳା ସଂରକ୍ଷଣ ବିଲ୍ ଆଗତ ପୂର୍ବରୁ ସାସଂଦଙ୍କୁ ହ୍ୱିପ୍ ଜାରି କରିଛି ଭାରତୀୟ ଜନତା ପାର୍ଟି । ବିରୋଧୀ ଦଳ ସର୍ବଦଳୀୟ ବୈଠକ ଦାବି କରିଛି ।
    ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ସ୍ୱତନ୍ତ୍ର ସଂସଦ ଅଧିବେଶନ ସମ୍ପର୍କରେ ଏହାର ସମସ୍ତ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି । ଦଳ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ଏକ ତିନି ଧାଡ଼ି ହ୍ୱିପ୍ ଜାରି କରି ୧୬ ଏପ୍ରିଲରୁ ୧୮ ଏପ୍ରିଲ ପର୍ୟ୍ୟନ୍ତ ଗୃହରେ ବାଧ୍ୟତାମୂଳକ ଉପସ୍ଥିତି ସୁନିଶ୍ଚିତ କରିବାକୁ କହିଛି । ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ଉପରେ ଆଲୋଚନା ପାଇଁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଏପ୍ରିଲ ୧୬-୧୮ ତାରିଖରେ ଡକାଯିବ। ବିଜେପି ଏହାର ସାଂସଦମାନଙ୍କୁ ଏକ ହ୍ୱିପ୍ ଜାରି କରିଥିବା ବେଳେ ବିରୋଧୀ ଦଳ ସର୍ବଦଳୀୟ ବୈଠକ ଦାବି କରିଛି । ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ସ୍ୱତନ୍ତ୍ର ସଂସଦ ଅଧିବେଶନ ସମ୍ପର୍କରେ ଏହାର ସମସ୍ତ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି । ଦଳ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ୧୬ ଏପ୍ରିଲରୁ ୧୮ ଏପ୍ରିଲ ପର୍ୟ୍ୟନ୍ତ ଗୃହରେ ବାଧ୍ୟତାମୂଳକ ଉପସ୍ଥିତି ସୁନିଶ୍ଚିତ କରିବାକୁ କହିଛି । ଏହି ସମୟ ମଧ୍ୟରେ କୌଣସି ସାଂସଦ କିମ୍ବା କେନ୍ଦ୍ରମନ୍ତ୍ରୀଙ୍କୁ ଛୁଟି ଦିଆଯିବ ନାହିଁ ବୋଲି ଦଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି । ସମସ୍ତ ସଦସ୍ୟଙ୍କୁ ଗୃହରେ ନିୟମିତ ଉପସ୍ଥିତି ଏବଂ ସଂସଦୀୟ କାର୍ୟ୍ୟରେ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବାକୁ କୁହାଯାଇଛି।

    ବିଜେପି ପକ୍ଷରୁ ଜାରି ଚିଠିରେ କୁହାଯାଇଛି, "ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ବିଜେପି ସଦସ୍ୟଙ୍କୁ ଗୁରୁବାର ଠାରୁ ଶନିବାର, ଏପ୍ରିଲ ୧୬ ରୁ ୧୮, ୨୦୨୬ ପର୍ୟ୍ୟନ୍ତ ତିନି ଧାଡ଼ି ବିଶିଷ୍ଟ ହ୍ୱିପ୍ ଜାରି କରାଯାଉଛି । ସମସ୍ତ କେନ୍ଦ୍ର ମନ୍ତ୍ରୀ ଏବଂ ସଦସ୍ୟଙ୍କୁ ଉପରୋକ୍ତ ତିନି ଦିନ ମଧ୍ୟରେ ଗୃହରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି । ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। କୌଣସି ଛୁଟି ଦିଆଯିବ ନାହିଁ। ସଦସ୍ୟମାନଙ୍କୁ ହ୍ୱିପ୍ କଡ଼ାକଡ଼ି ପାଳନ କରିବାକୁ ଏବଂ ଗୃହରେ ସେମାନଙ୍କର ନିରବଚ୍ଛିନ୍ନ ଉପସ୍ଥିତି ସୁନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି । '' ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ଉପରେ ଆଲୋଚନା ପାଇଁ ଏହି ସ୍ୱତନ୍ତ୍ର ସଂସଦ ଅଧିବେଶନ ଡକାଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook