ମୁଖ୍ୟ ଖବର
ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି (ବିଜେପି) ସୋମବାର ପାଳୁଛି ୪୭ତମ ପ୍ରତିଷ୍ଠା ଦିବସ। ବିଜେପି ପ୍ରତିଷ୍ଠା ଦିବସ ଅବସରରେ ଅନେକ ସ୍ଥାନରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି। ସେହିପରି ରାଜ୍ୟ ବିଜେପି କାର୍ୟ୍ୟାଳୟରେ ମଧ୍ୟ ବିଜେପି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ପତାକା ଉତ୍ତୋଳନ କରିଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଦଳର ବହୁ ବରିଷ୍ଠ ନେତୃବୃନ୍ଦ କାର୍ୟ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀମତୀ ପରିଡ଼ା ୪୭ ବର୍ଷର ଯାତ୍ରାରେ ଦଳ ଯେଉଁ ସଂକଳ୍ପ ନେଇଥିଲା, ଆଜି ମଧ୍ୟ ସେହି ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି ବୋଲି ନିଜ ଅଭିଭାଷଣରେ କହିଥିଲେ।
Comments ସମସ୍ତ ମତାମତ