Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣିଥରେ ଆସାମରେ ସରକାର ଗଢ଼ିବ ବିଜେପି: ଅମିତ ଶାହ

    Share on :
    ajab-Image
    Date: Mar 29, 2026    Views: 2389

    ଗୌହାଟୀ : ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିବା ପରେ ସିଧା ଆସାମରେ ନିର୍ବାଚନ ପ୍ରଚାର କରିଛନ୍ତି ଅମିତ ଶାହା । ବିଶାଳ ରୋଡ୍ ଶୋ’ କରିଥିବାବେଳେ ବେଶ ଖୁସି ଥିବା ଜଣା ପଡ଼ିଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଅମିତ ଶାହା କହିଛନ୍ତି କି, ପୁଣିଥରେ ଆସାମରେ ସରକାର ଗଢ଼ିବ ବିଜେପି । ୯୦ରୁ ଅଧିକ ଆସନରେ ଜିତିବ ଆମ ଦଳ । ରାଜ୍ୟରେ ପୁଣିଥରେ ହିମନ୍ତ ବିଶ୍ବଶର୍ମା ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
     
    ଏହାସହ ସେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପ୍ରଂଶସା କରିଛନ୍ତି । କହିଛନ୍ତି କି, ଶିକ୍ଷା, ସ୍ବାସ୍ଥ୍ୟ ଭଳି ସମସ୍ତ କ୍ଷେତ୍ରରେ ରାଜ୍ୟକୁ ବହୁ ଆଗକୁ ନେଇଛନ୍ତି । ରାଜ୍ୟରେ ମହିଳାମାନେ ବେଶ ସୁରକ୍ଷିତ ରହିଥିବାବେଳେ ୨୪ ଘଣ୍ଟିଆ ବିଜୁଳି ମଧ୍ୟ ପହଞ୍ଚିଛି । ଏହାସହ ଆସାମରେ ରହି ପଶ୍ଚିମବଙ୍ଗର ଟିଏମସି ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି, ବଙ୍ଗର ଲୋକମାନେ ଏଥରକ ଟିଏମସିକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ମନ ବଳାଇସାରିଛନ୍ତି । ଆମ ସରକାର ସେଠି ଆସିଲେ ବାଂଲାଦେଶୀଙ୍କ ଅନୁପ୍ରବେଶ ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଇବେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook