Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଶ୍ଚିମବଙ୍ଗ ପାଇଁ ବିଜେପିର ୧୧୧ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ

    Share on :
    ajab-Image
    Date: Mar 20, 2026    Views: 2817

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପାଇଁ ବିଜେପିର ୧୧୧ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦ୍ବିତୀୟ ପର୍ୟ୍ୟାୟରେ ତାଲିକା ପ୍ରକାଶ କରିଛି ଦଳ। ଏଥର ପଶ୍ଚିମବଙ୍ଗ ମଠଭଙ୍ଗାରୁ ଲଢ଼ିବେ ନିଶିଥ ପରମାଣିକ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ନିଶିଥ ପରମାଣିକ ଏଥର ଲୋକସଭା ଛାଡ଼ି ବିଧାନସଭା ମଇଦାନକୁ ଓହ୍ଲାଇଛନ୍ତି।ସେହିପରି ଗତ ଥର ସନ୍ଦେଶଖାଲିରୁ ଲୋକସଭା ନିର୍ବାଚନ ଲଢ଼ିଥିବା ରେଖା ପାତ୍ର ହିଞ୍ଜଲଗଞ୍ଜରୁ ଲଢ଼ିବେ। ସୋନାରପୁର ଦକ୍ଷିଣରୁ ରୂପା ଗାଙ୍ଗୁଲି, ବହୁଚର୍ଚ୍ଚିତ କୋଲକାତା ଏଣ୍ଟାଲିରୁ ପ୍ରିୟଙ୍କା ତିବରେୱାଲ୍ ଏବଂ ମାଣିକତାଲାରୁ ତାପସ ରାୟ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ଆସାମ ଲଢ଼େଇ ପାଇଁ ଯୋଦ୍ଧାଙ୍କୁ ମଇଦାନକୁ ଓହ୍ଲାଇଲା ବିଜେପି। ଆସାମ ବିଧାନସଭା ନିର୍ବାଚନ ପାଇଁ ୮୮ଟି ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ଏଥର ବି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ତାଙ୍କ ପାରମ୍ପରିକ ଆସନ ଜାଲୁକବାରିରୁ ନିର୍ବାଚନ ଲଢିବେ। ଜାଲୁକବାରିରୁ ପାଞ୍ଚ ଥର ଜିତି ଆସୁଛନ୍ତି ହିମନ୍ତ।
    ବିଜେପିରେ ସାମିଲ ହୋଇଥିବା ନଗାଁଓର କଂଗ୍ରେସ ସାଂସଦ ପ୍ରଦ୍ୟୁତ ବୋରଦୋଲୋଇ ଦିସପୁର ଆସନରୁ ଲଢିବେ। କିଛି ଦିନ ତଳେ ବିଜେପିରେ ମିଶିଥିବା ଆସାମର ପୂର୍ବତନ କଂଗ୍ରେସ ସଭାପତି ଭୂପେନ କୁମାର ବୋରା ବିହପୁରିଆରୁ ପ୍ରତିଦ୍ବନ୍ଦ୍ବିତା କରିବେ। ତେବେ ଉପବାଚସ୍ପତିଙ୍କ ସହିତ ୧୫ ଜଣ ସିଟିଂ ଗଖଇଙ୍କ ଟିକେଟ୍ କାଟିଛି ଦଳ। ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନରେ ବିଜେପି ୮୯ଟି ସିଟରେ ଲଢିବ।ମେଣ୍ଟ ସହଯୋଗୀ ଆସାମ ଗଣ ପରିଷଦକୁ ୨୬ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟକୁ ୧୧ଟି ଆସନ ଛାଡିଛି। ଆସାମ ବିଧାନସଭା ପାଇଁ ଆସନ୍ତା ମାସ ୯ ତାରିଖରେ ଭୋଟ ପଡ଼ିବ। 
     ନୂଆଦିଲ୍ଲୀରେ ବସିଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଆସାମ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ, କ୍ୟାମ୍ପେନ ରଣନୀତି ନେଇ ବିସ୍ତୃତ ଭାବରେ ଆଲୋଚନା ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ସହ ଉପାଧ୍ୟକ୍ଷ ତଥା ଆସାମ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ସହ ସିଇସି ସଦସ୍ୟ ଉପସ୍ଥିତ ଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook