ମୁଖ୍ୟ ଖବର
ବୌଦ୍ଧ: ବର୍ତ୍ତମାନ ବୌଦ୍ଧ ଜିଲ୍ଲା ବିଜେପି ରାଜନୀତି ବେଶ ସରଗରମ ରହିଛି କ୍ଷ ଗୋଟିଏ ପଟେ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଦଳଡ଼ିଆଁ ନେତାମାନେ ବିଜେପିରେ ସାମିଲ ହେଉଥିବା ବେଳେ ଅନ୍ୟ ପଟେ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ସର୍ବେଶ୍ୱର କ୍ଷେତି ଦଳରୁ ଇସ୍ତଫା ଦେଇଥିବା ଖବର ହଟଚମଟ ସୃଷ୍ଟି କରିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୃଷ୍ଠଭୂମି ଉପରେ ବିଶ୍ୱାସ ରଖୁଥିବା ସଂଗଠକ, ପ୍ରଖର ରାଷ୍ଟ୍ରବାଦୀ ଚେହେରା ତଥା ଦୁର୍ନୀତି ଖବର ପରିବେଷଣକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଆସିଥିବା ଯୁବ ସାମ୍ବାଦିକ ସର୍ବେଶ୍ୱର କାହିଁକି ହଠାତ ବିଜେପି ଛାଡ଼ିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ କିଛିଦିନ ପୂର୍ବେ କଟକ ବିଭାଗ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ କାର୍ୟ୍ୟକର୍ତ୍ତାଙ୍କ ସହ ଭେଟଘାଟକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି ।
ବର୍ତ୍ତମାନ ସେ ହରଭଙ୍ଗା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଖଣ୍ଡ କାର୍ୟ୍ୟବାହ ଭାବେ କାର୍ୟ୍ୟ କରୁଥିବା ବେଳେ କଟକ ବିଭାଗ କାର୍ୟ୍ୟକର୍ତ୍ତାଙ୍କ ସହ ତାଙ୍କ ଘନିଷ୍ଠ ସମ୍ପର୍କ ମଧ୍ୟ ରହିଛି । ବିଜେପି ଛାଡ଼ିବା ପରେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦେବେ କି ବୋଲି ପ୍ରଶ୍ନର ଉତ୍ତରରେ ମୁଁ ଜଣେ ସଂଗଠକ, ରାଜନୈତିକ ବେପାରୀ ନୁହେଁ ବୋଲି ମତ ରଖିବା ସହ ବର୍ତ୍ତମାନ ନିରପେକ୍ଷ ରହିବି ବୋଲି ଉତ୍ତର ରଖିଥିଲେ ।
Comments ସମସ୍ତ ମତାମତ