Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପିର ରାଜ୍ୟସଭା ପ୍ରାର୍ଥୀ ଚୟନ କସରତ

    Share on :
    ajab-Image
    Date: Feb 27, 2026    Views: 2900

    ଭୁବନେଶ୍ୱର: ବିଜେପି ପକ୍ଷରୁ ମଧ୍ୟ ରାଜ୍ୟସଭା ପ୍ରାର୍ଥୀ ଚୟନ ନେଇ କସରତ ହୋଇଛି । ଗତକାଲି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ୍ ସିଂହ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି କିଛି ବରିଷ୍ଠ ନେତାଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଥିଲେ । ଆଉ ବୈଠକରେ ବିଦାୟୀ ଭୁବନେଶ୍ୱର: ରାଜ୍ୟସଭା ସଦସ୍ୟ ସୁଜିତ କୁମାର ମଧ୍ୟ ଉପସ୍ଥିତ ଥିଲେ ।  
    ସୁଜିତଙ୍କୁ ଦଳ ପୁଣି ଥରେ ରିପିଟ୍ କରିପାରେ ବୋଲି ଆଲୋଚନା ହେଉଛି । ସେହିିପରି ମନମୋହନ ସାମଲ, ଦଳର ବରିଷ୍ଠ ନେତା ସମୀର ମହାନ୍ତି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ସାରଦା ଶତପଥୀଙ୍କ ସହ କିଛି ମହିଳା ନେତ୍ରୀଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ଏପରିକି ରାଜ୍ୟ ବାହର ନେତା ବି ଓଡ଼ିଶାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି । 

    ରବିବାର ବସିଥିବା ବିଜେପି ରାଜ୍ୟ କୋର୍ କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଥିଲା। ଖୁବ ଶୀଘ୍ର ସଂସଦୀୟ ବୋର୍ଡ ପ୍ରାର୍ଥୀଙ୍କ ନାଁ ରେ ମୋହର ମାରିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି । 

    Maximum 500 characters

    ରାଜନୀତି View all

    Find Us on Facebook