ମୁଖ୍ୟ ଖବର
ଓଡ଼ିଶାରୁ ରାଜ୍ୟସଭାକୁ କିଏ ଯିବେ । ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ପକ୍ଷରୁ ଏ ନେଇ ଆରମ୍ଭ ହେଲାଣି କସରତ । ଆଜି ରାଜ୍ୟ କାର୍ଯ୍ୟାଳୟରେ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଏ ନେଇ ଆଲୋଚନା କରାଯାଇଛି । ଏପରିକି ଚତୁର୍ଥ ଆସନ ହାତେଇବା ଲାଗି ମଧ୍ୟ ଷ୍ଟ୍ରାଟେଜି ହୋଇଛି । ସେପଟେ ଶାସକ ଦଳକୁ ଝଟକା ଦେବାକୁ କଂଗ୍ରେସ ସହ ବିଜେଡି ହାତ ମିଳାଇବା ନେଇ ଚର୍ଚ୍ଚା ଜୋର୍ ଧରିଛି ।
ବିଜେପିରୁ କିଏ ଯିବ ରାଜ୍ୟସଭା। ଦିଲ୍ଲୀକୁ କାହା ନାଁ ପଠେଇବ ରାଜ୍ୟ ବିଜେପି। ସେନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି କସରତ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ଯେଉଁଥିରେ ଦଳର ତୁଙ୍ଗ ନେତୃବୃନ୍ଦ ଯୋଗଦେଇଛନ୍ତି। ରାଜ୍ୟସଭା ପାଇଁ ଅନେକ ନାଁ ଚର୍ଚ୍ଚାରେ ରହିଛି। ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ଗୋଲକ ମହାପାତ୍ର, ସାରଦା ଶତପଥୀଙ୍କ ନାଁ ଚର୍ଚ୍ଚା ହେଉଛି। ମହିଳା ଚେହେରା ଭାବେ ପୂର୍ବତନ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବରିଷ୍ଠ ନେତ୍ରୀ ସୁକେଶୀ ଓରାମ, ମହିଳା ସଭାନେତ୍ରୀ ଐଶର୍ଯ୍ୟା ବିଶ୍ୱାଳଙ୍କ ନାଁ ବି ଚର୍ଚ୍ଚା ରେ ରହିଛି। ବିଶେଷ କରି ଚତୁର୍ଥ ଆସନ ପାଇଁ ଦଳ ସ୍ବତନ୍ତ୍ର ରଣନୀତି କରିଛି।
ସେପଟେ ବିଜେଡ଼ି ମଧ୍ୟ ଶାସକ ଦଳକୁ ଝଟକା ଦେବାକୁ ପ୍ରସ୍ତୁତ କରୁଛି ରଣନୀତି। ବିଧାନସଭାରେ କଂଗ୍ରେସ ସହିତ ମିଶି ସରକାରୀ ଦଳକୁ ଘେରୁଥିବା ବିଜେଡି ରାଜ୍ୟସଭା ଚତୁର୍ଥ ସିଟ୍ ପାଇଁ ହାତ ସାଙ୍ଗେ ହାତ ମିଳାଇ ପାରେ ବୋଲି ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ପାଇଁ କଂଗ୍ରେସ ଦମ୍ଭୋକ୍ତି ଦେଉଛି ଯେ, ଆମେ ପ୍ରାର୍ଥୀ ଦେବୁ ବୋଲି। ତେବେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ଦେବାକୁ ଯୋଜନା ରଖିଛନ୍ତି ଉଭୟ। ଚତୁର୍ଥ ଆସନ ଲାଗି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ରମାକାନ୍ତ ପଣ୍ଡାଙ୍କ ନାଁକୁ ନେଇ ଆଲୋଚନା ହେଉଛି। ତେବେ ଉଭୟ ବିରୋଧୀ ଚତୁର୍ଥ ପ୍ରାର୍ଥୀ ଦେବା ଯୋଜନାରେ ଥିବାରୁ ଆଗକୁ ରୋଚକ ଚିତ୍ର ଦେଖିବାକୁ ମିଳିପାରେ। ପିସିସି ସଭାପତି ଗତକାଲି କଂଗ୍ରେସ ବିଧାୟକଙ୍କ ସହ ରୁଦ୍ଧଦ୍ବାର ବୈଠକ କରି ଏକାଠି ରହିବାକୁ ଶପଥ କରାଇଛନ୍ତି। ଏଣେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି ବଡ ବୟାନ ଦେଇ କହିଛନ୍ତି, ଆମେ ପ୍ରାର୍ଥୀ ଦେବୁ ବିଜେଡି ଆମକୁ ସମର୍ଥନ କରିବ।
ସେପଟେ ବିଜେଡି କହିଛି, ନବୀନ ସର ପ୍ରାଇଜ୍ ଦେଇ ମାଷ୍ଟର ଷ୍ଟ୍ରୋକ୍ ଖେଳିବେ। ବିଜେପିର କହିବା କଥା, ଆମ ବିଧାୟକ କେହି ବିରୋଧୀଙ୍କ ସହିତ ନାହାନ୍ତି ବରଂ ବିରୋଧୀ ବିଧାୟକ ଆମକୁ ସମର୍ଥନ ଦେବା ଲାଗିରେ ଲିଙ୍କ୍ ରେ ଅଛନ୍ତି।
ଫେବ୍ରୁଆରି ୨୬ ରୁ ଆରମ୍ଭ ହେବ ରାଜ୍ୟସଭା ନାମାଙ୍କନ ପତ୍ର ଦାଖଲ। ସଂଖ୍ୟା ଦୃଷ୍ଟିରୁ ବିଜେପି ଖାତାକୁ ୪ ରୁ୨ଟି ସିଟ୍ ଯିବା ସୁନିଶ୍ଚିତ। ବିଜେଡି ପାଖକୁ ଗୋଟିଏ ଆସନ ଯିବ। ତେବେ ଚତୁର୍ଥ ପ୍ରାର୍ଥୀ ବିରୋଧୀ ନା ଶାସକ ଦଳ କ୍ୟାମ୍ପ ରୁ ଯାଉଚି ସେନେଇ ଚର୍ଚ୍ଚା ବଢିଛି।
Comments ସମସ୍ତ ମତାମତ