Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଧାନ କିଣାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ: ମନମୋହନ ସାମଲ

    Share on :
    ajab-Image
    Date: Feb 20, 2026    Views: 2420

    ଭୁବନେଶ୍ୱର: ଧାନର ଅଭାବୀ ବିକ୍ରିି ନ ହେବା ଏବଂ ଚାଷୀ ତାର ଉଚିତ୍ ମୂଲ୍ୟ ପାଇବା ପାଇଁ ବିଜେପି ସବୁବେଳେ ପ୍ରୟାସ କରିଛି। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ କୃଷି ଉପରେ ନିର୍ଭରଶୀଳ। ଧାନ ଅମଳରେ ଓଡ଼ିଶା ଗୋଟିଏ ସମୟରେ ୧୯ ନମ୍ବରରେ ଥିଲାବେଳେ ଆଜି ୨ୟ ସ୍ଥାନରେ ରହିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ୨୦୧୪ରେ ଶପଥ ନେଲାବେଳକୁ ଧାନ କି୍ୱଂଟାଲ ପିଛା ୧୩୧୦ ଟଙ୍କା ଥିବାବେଳେ ଆଜି ଓଡ଼ିଶାରେ ବିଜେପିର ଡବଲ୍ ଇଂଜିନ ସରକାର ଗଠନ ହେବା ପରେ ୩୧୦୦ ଟଙ୍କା କ୍ୱିଂଟାଲରେ ଧାନ କିଣା ହେଉଛିି। ୨୦୨୪ ମସିହା ପୂର୍ବରୁ ଅର୍ଥାତ ପୂର୍ବ ସରକାର ସମୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଥିଲା ଏବଂ ସେତେବେଳେ ୧୩ ହଜାର କୋଟି ଟଙ୍କାର ଧାନ କିଣାଯାଇଥିଲା। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ୨୦୨୪-୨୫ ଆର୍ôଥକ ବର୍ଷରେ ଖରିଫ ଓ ରବି ଫସଲକୁ ମିଶାଇ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କ ଠାରୁ ୨୭ହଜାର କୋଟି ଟଙ୍କାର ପାଖାପାଖି ୯୨ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଥିଲା। ଏହାବ୍ୟତୀତ ଚାଷୀଙ୍କ ରୋଜଗାରକୁ ଦୁଇଗୁଣା କରିବା ପାଇଁ ପିଏମ୍ କିଷାନ ଓ ସିଏମ୍ କିଷାନ ଯୋଜନାରେ ବାର୍ଷିକ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ଓଡିଶାରେ ବିଜେପି ସରକାର ଆସିବା ପରେ ଧାନ କିଣା ପାଖାପାଖି ଦୁଇଗୁଣା ବୃଦ୍ଧି ପାଇଛି । ଏହା ହେଉଛି ଚାଷୀ ଭାଇଭଉଣୀଙ୍କ ପ୍ରତି ବିଜେପି ସରକାରର ପ୍ରତିବଦ୍ଧତା। ଏଭଳିସ୍ଥିତିରେ ଧାନ କିଣାକୁ ନେଇ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି କରି ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସ ଦଳ ଅପଚେଷ୍ଟା କରୁଛନ୍ତି ବୋଲି ବିଜେପିି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।
    ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ଧାନ କିଣା ୯୦ ରୁ ୯୫ ପ୍ରତିଶତ ଅତିକ୍ରମ କରିସାରିଛି ଏବଂ ଧାନ କିଣା ଏବେବି ଅବ୍ୟାହତ ରହିଛି। ପ୍ରଥମ, ଦ୍ୱିତୀୟ, ତୃତୀୟ ପର୍ୟ୍ୟାୟରେ ଟୋକନ ବ୍ୟବସ୍ଥା ଅନୁସାରେ ଧାନ କିଣାଯାଇଛି। ଆବଶ୍ୟକ ପଡ଼ିଲେ ଚତୁର୍ଥ ପର୍ୟ୍ୟାୟ ଟୋକନ ପ୍ରଦାନ କରାଯିବ । ଯେପର୍ୟ୍ୟନ୍ତ ଚାଷୀଙ୍କ ପାଖରେ ଧାନ ରହିଛି, ସେପର୍ୟ୍ୟନ୍ତ ଧାନ କିଣା ଜାରି ରହିବ। ଏହା ହେଉଛି ବିଜେପି ସରକାରର ଓଡିଶାର ଚାଷୀକୁଳ ପ୍ରତି ପ୍ରତିବଦ୍ଧତା । ଏଥିରେ କୈାଣସି ସାଲିସ ହେବ ନାହିଁ । ଏହାକୁ ବିରୋଧୀ ବିଜେଡି ଓ କଂଗ୍ରେସ ନେତୃବୃନ୍ଦ ହଜମ କରିପାରୁନାହାନ୍ତି। ଏନେଇ ମଧ୍ୟ ରାଜନୀତି କରିବାକୁ ଅପଚେଷ୍ଟା ଚେଷ୍ଟା କରୁଛନ୍ତି। ଗତ ବର୍ଷ ମଧ୍ୟ ଧାନ କିଣାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରି ବିଫଳ ହୋଇଥିଲେ । ଚଳିତ ବର୍ଷ ମଧ୍ୟ ବିରୋଧୀ ସେହିପରି ଅପଚେଷ୍ଟା କରୁଛନ୍ତି। ମାତ୍ର ଏଥର ମଧ୍ୟ ସେମାନେ ସଫଳ ହେବେ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି । 
    ଧାନ କିଣା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି। ବିଜେପି ସରକାରରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଗଣ, ବିଧାୟକବୃନ୍ଦଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ମଣ୍ଡି ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଧାନ କିଣାରେ ଯେଭଳି ତ୍ରୁଟି ବିଚ୍ୟୁତି ନ ରହିବ, ସେଥିପାଇଁ ଆଲୋଚନା ଓ ପର୍ୟ୍ୟାଲୋଚନା କରି ଏହି ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ବିଜେପି ସରକାର ପ୍ରୟାସ ଜାରି ରଖିଛି। ଆଜି ଧାନ କିଣାରେ ସୁବ୍ୟବସ୍ଥା ଯୋଗୁ ଓଡ଼ିଶା ରାଜ୍ୟ ସମଗ୍ର ଦେଶରେ ୧୯ରୁ ୨ ନମ୍ବର ରାଜ୍ୟ ହୋଇପାରିଛି। ଏଗ୍ରିକଲଚର ଟୁଡେ ମାଗାଜିନ୍ ଅନୁସାରେ ଚଳିତବର୍ଷ ଓଡ଼ିଶା ଧାନ କିଣାରେ ଶ୍ରେଷ୍ଠ ରାଜ୍ୟ ହୋଇପାରିଛି। ଏଥିପାଇଁ ଓଡ଼ିଶାକୁ ପୁରସ୍କୃତ ମଧ୍ୟ କରାଯାଇଛି। ଯେଉଁମାନେ କେତେଜଣ ମଧ୍ୟ୍ୟସ୍ଥି ଓ ଅସାଧୁ ବ୍ୟବସାୟୀମାନଙ୍କୁ ନେଇ ଧାନ କିଣା ବ୍ୟବସ୍ଥାରେ ବିଭ୍ରାନ୍ତ ସୃଷ୍ଟି କରିବାକୁ ଉଦ୍ୟମ କରୁଥିଲେ, ସେମାନେ ଆଜି ବିବ୍ରତ ଅଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି ବା ବିଭ୍ରାନ୍ତ ସୃଷ୍ଟି କରିବା ଉଚିତ ନୁହଁ। କାରଣ ଚାଷୀର ଉନ୍ନତି ହେଲେ ଓଡ଼ିଶାର ଉନ୍ନତି ହେବ। ମୁଣ୍ଡ ପିଛା ଆୟ ବୃଦ୍ଧି ହେଲେ ଓଡ଼ିଶା ସମୃଦ୍ଧ ହେବ। ବିକଶିତ ଭାରତରେ ଚାଷୀର ଏକ ପ୍ରମୁଖ ଭୂମିକା ରହିଛି। ଏହା ଦ୍ୱାରା ଚାଷୀଙ୍କ ଆର୍ଥିକ ବିକାଶ ହେବ। ମାତ୍ର ଯେଉଁମାନେ ବିଭ୍ରାନ୍ତ କରି ଅମୃତ ହାଣ୍ଡିରେ ବିଷ ପକାଇବାକୁ ଚେଷ୍ଠା କରୁଛନ୍ତି, ସେମାନଙ୍କୁ ଓଡ଼ିଶାର ଜନସାଧାରଣ କ୍ଷମା ଦେବେ ନାହିଁ। ଚାଷୀ ଏକଥା ଭଲ ଭାବେ ବୁଝିସାରିଲେଣି। ସେମାନଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଭାରତୀୟ ଜନତା ପାର୍ଟି ଯାହା କହେ ତାହା କରେ। ସଂକଳ୍ପପତ୍ରରେ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରାଯାଇଛି। ସଂକଳ୍ପ ପତ୍ରରେ କ୍ୱିଂଟାଲ୍ ପିଛା ୩୧୦୦ ଟଙ୍କା ଦେବାକୁ ଘୋଷଣା କରାଯାଇଥିଲା, ତାହା ପୂରଣ କରାଯାଇଛି। କିଛି ଲୋକ ଏଥିରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ଏନେଇ ବିରୋଧୀ ଦଳମାନେ ପ୍ରଥମେ ବିଜେପିର ସଂକଳ୍ପପତ୍ରକୁ ଭଲ ଭାବେ ପଢି ଜବାବ ଦିଅନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି।
    ଆଜି ରାଜ୍ୟରେ ଡିବିଟି ମାଧ୍ୟମରେ ୨୪ରୁ ୪୮ ଘଂଟା ମଧ୍ୟରେ ଚାଷୀଙ୍କ ଆକାଉଂଟକୁ ଟଙ୍କା ପଠାଯାଉଛି। ଓଡ଼ିଶାର ଅର୍ଥନୀତି ବଢ଼େଇବା ପାଇଁ ଚାଷୀ ଯେଉଁ ସଂକଳ୍ପ ନେଇଛନ୍ତି ସେମାନଙ୍କ ମନୋବଳକୁ ଭାଙ୍ଗିବା ଅନୁଚିତ୍‌। ଏନେଇ ବିରୋଧୀ କଂଗ୍ରେସ, ବିଜେଡି ଦଳ ନକାରତ୍ମକ ରାଜନୀତି ନ କରି ସକାରାତ୍ମକ ରାଜନୀତି କରନ୍ତୁ। ରାଜନୀତି ପାଇଁ ଚାଷୀଙ୍କ ମନୋବଳ ଭାଙ୍ଗନ୍ତୁ ନାହିଁ। ଧାନ କିଣିବା ପାଇଁ ଯଦି କିଛି ଭଲ ପରାମର୍ଶ ବିରୋଧୀ ଦଳ ପାଖରେ ଅଛି ତାହା ସରକାରଙ୍କୁ ଦିଅନ୍ତୁ । ମାତ୍ର ଚାଷୀଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ନ କରନ୍ତୁ। ଧାନ କିଣାରେ ବିଜେପି ସରକାର କୌଣସି ସାଲିସ କରିବ ନାହିଁ। ଚାଷୀଙ୍କ ସ୍ୱାର୍ଥ ପାଇଁ ସରକାର ଦୃଢ଼ ରହିଛି। ଏହି ସଂକଳ୍ପକୁ ସିଦ୍ଧିରେ ପରିଣର କରିବା ପାଇଁ ଯାହାବି କଠୋର ପଦେକ୍ଷପ ନେବାକୁ ପଡ଼ିବ ତାହା ବିଜେପି ସରକାର କରିବ। ଏଥିରେ ଯିଏ ଅସୁବିଧା ସୃଷ୍ଟି କରିବ ସେମାନଙ୍କ ବିରୋଧରେ ବିଜେପି ସରକାର କଠୋର କାର୍ୟ୍ୟାନୁଷ୍ଠାନ ନେଉଛି ଆଗକୁ ମଧ୍ୟ ନେବ । ଏହି ପ୍ରସଙ୍ଗରେ ଆଲୋଚନା ନକରି ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ବିଧାନସଭାକୁ ବନ୍ଦ କରିବାର ଯେଉଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ । ବିରୋଧୀଙ୍କ ଦ୍ୱାରା ବିଧାନସଭାରେ ଭୁଲ ତଥ୍ୟ ଉପସ୍ଥାପନା କରାଯାଇ ଜାଣିଶୁଣି ଲୋକଙ୍କ ଟଙ୍କା ଓ ସମୟ ନଷ୍ଟ କରାଯାଉଛି । ଯେଉଁ ପ୍ରସଙ୍ଗର କୈାଣସି ଆଧାର ନାହିଁ, ତାକୁ ନେଇ ଅଯଥା ବିଭ୍ରାନ୍ତ କରାନଯାଉ । ବିଧାନସଭାରେ ଆଲୋଚନା ହେଲେ ସମସ୍ତ ପ୍ରଶ୍ନର ଜବାବ୍ ଦେବା ପାଇଁ ବିଜେପି ସରକାର ପ୍ରସ୍ତୁତ ଅଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି। 
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ଶିବାଜୀ ମହାନ୍ତି, ଶ୍ରୀ ଅଶୋକ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook