Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ

    Share on :
    ajab-Image
    Date: Feb 18, 2026    Views: 2214

    ଭୁବନେଶ୍ୱର: ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନରେ ଶୃଙ୍ଖଳା ଓ ଅନୁଶାସନକୁ ଗୁରୁତ୍ୱ ଦିଆଯିବ। ସିଦ୍ଧାନ୍ତ, ବିଚାର ଓ ରାଷ୍ଟ୍ର ନିର୍ମାଣ ଚିନ୍ତାଧାରାରେ ଅନୁପ୍ରାଣିତ ହେବାକୁ ଶିବିରରେ କାର୍ୟ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ । ପ୍ରଥମରେ ରାଷ୍ଟ୍ର, ଦ୍ୱିତୀୟରେ ସଂଗଠନ ଏବଂ ତୃତୀୟ ତଥା ଶେଷରେ ବ୍ୟକ୍ତିତ୍ବ ; ଏହା ହେଉଛି ବିଜେପିର ମୂଳମନ୍ତ୍ର ବୋଲି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି ।

    ବିଜେପି ରାଜ୍ୟ କାର୍ୟ୍ୟାଳୟରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ କୁ ନେଇ ପ୍ରଦେଶ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ରାଜ୍ୟ ସହପ୍ରଭାରୀ ଲତା ଉଷେଣ୍ଡି, ରାଷ୍ଟ୍ରୀୟ ଉପସଭାନେତ୍ରୀ ତଥା ରାଜ୍ୟସଭା ସାଂସଦ କବିତା ପଟିଦାର, ପ୍ରଫେସର ଦିନେଶାନନ୍ଦ ଗୋସ୍ୱାମୀ, ରାଜ୍ୟ ସଂଯୋଜକ ତଥା ସାଂସଦ ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

    ଚଳିତବର୍ଷ ପାର୍ଟିର ୧୦୫୨ ମଣ୍ଡଳ, ୩୭ ସାଙ୍ଗଠନିକ ଜିଲ୍ଲା ସମେତ ସମସ୍ତ ୭ ମୋର୍ଚ୍ଚାର ଜିଲ୍ଲାସ୍ତରରୁ ଆରମ୍ଭ କରି ପ୍ରଦେଶ ପର୍ୟ୍ୟନ୍ତ କାର୍ୟ୍ୟକର୍ତା, ବିଧାୟକ ଓ ସାଂସଦମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଆୟୋଜନ କରାଯିବ । ବିକାଶ ପାଇଁ କେଉଁ ବିଷୟରେ ପ୍ରଶିକ୍ଷଣ ରହିବ ସେସବୁ ପ୍ରସଙ୍ଗ ନିର୍ଦ୍ଧାରିତ ହୋଇଥିଲା । ରାଜ୍ୟସ୍ତରରୁ ବୁଥ ସ୍ତର ଯାଏଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook