Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଧାନସଭା ବଜେଟ ଅଧିବେସନ ପାଇଁ ବିଜେପି ବିଧାୟକ ଦଳ ବୈଠକ

    Share on :
    ajab-Image
    Date: Feb 17, 2026    Views: 2274

    ଭୁବନେଶ୍ୱର:  ବିଧାନସଭାର ବଜେଟ ଅଧିବେସନ ୨ଟି ପର୍ୟ୍ୟାୟରେ ଏପ୍ରିଲ ୮ ତାରିଖ ପର୍ୟ୍ୟନ୍ତ ଚାଲିବ । ପ୍ରଥମ ପର୍ୟ୍ୟାୟ ଫେବୃଆରୀ ୨୪ ତାରିଖ ପର୍ୟ୍ୟନ୍ତ ଏବଂ ଦ୍ୱିତୀୟ ପର୍ୟ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖ ପର୍ୟ୍ୟନ୍ତ ଚାଲିବ । ଆସନ୍ତା ୨୦ ତାରିଖ ଦିନ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ବିରୋଧୀ ଦଳ ତରଫରୁ ଯେଉଁ ପ୍ରସଙ୍ଗ ଉପସ୍ଥାପନା କରାଯିବ, ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ । ଏଥି ସହ ୧୯ମାସର ବିଜେପି ସରକାରର ସମସ୍ତ ଉପଲବ୍ôଧକୁ ଆମେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିବୁ ବୋଲି ମନ୍ତ୍ରୀ ଡ.ମହାଲିଙ୍ଗ କହିଛନ୍ତି ।
    ଆଜି ସଂଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡିଙ୍କ ସମେତ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ଏହି ବୈଠକରେ ଯୋଗ ଦେଇ ରଣନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ବୋଲି ମନ୍ତ୍ରୀ ଡ.ମହାଲିଙ୍ଗ ସୁଚନା ଦେଇଛନ୍ତି ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook