Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଇଲେକ୍ଟୋରାଲ ଟ୍ରଷ୍ଟ ସ୍କିମ୍‌ : ବିଜେପିକୁ ମିଳିଛି ୩୧୫୮ କୋଟି ଚାନ୍ଦା

    Share on :
    ajab-Image
    Date: Feb 14, 2026    Views: 2630

    ନୂଆଦିଲ୍ଲୀ: ଇଲେକ୍ଟୋରାଲ ଟ୍ରଷ୍ଟ ସ୍କିମ୍‌ ମାଧ୍ୟମରେ ବିଜେପି ୨୦୨୪-୨୫ ଆର୍ଥିକ ବର୍ଷରେ ୩,୧୫୭.୬୫ କୋଟି ଟଙ୍କା ଚାନ୍ଦା ପାଇଛି ବୋଲି ଆସୋସିଏସନ୍‌ ଫର ଡେମୋକ୍ରାଟିକ୍ ରିଫର୍ମସ୍‌ (ଏଡିଆର) ପକ୍ଷରୁ କୁହାଯାଇଛି। ଶୁକ୍ରବାର ପ୍ରକାଶିତ ଏଡିଆର ରିପୋର୍ଟ ଅନୁଯାୟୀ ଇଲେକ୍ଟୋରାଲ ଟ୍ରଷ୍ଟ ସ୍କିମ୍‌ ମାଧ୍ୟମରେ ୨୦୨୪-୨୫ ବର୍ଷରେ ବିଭିନ୍ନ କର୍ପୋରେଟ୍ ଓ ବ୍ୟକ୍ତି ବିଶେଷ ରାଜନୈତିକ ଦଳଗୁଡିକୁ ମୋଟ ୩୮୨୬.୩୪ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଏହି ମୋଟ ଚାନ୍ଦା ମଧ୍ୟରୁ ଶାସକ ବିଜେପି ଏକାକୀ ୮୨% ଯାହା ୩,୧୫୭.୬୫ କୋଟି ଟଙ୍କା ପାଇଛି।

    ସେହିପରି ଭାରତୀୟ ଜାତୀୟ କଂଗ୍ରେସ ୭.୮୧% ଅର୍ଥାତ୍ ୧୯୮.୭୮ କୋଟି ଟଙ୍କା ଚାନ୍ଦା ପାଇଛି। ତୃଣମୂଳ କଂଗ୍ରେସ ୧୦୨ କୋଟି ଓ ଅନ୍ୟାନ୍ୟ ୧୯ଟି ଦଳ ମୋଟ ୨୬୭.୯୨ କୋଟି ଟଙ୍କା ଚାନ୍ଦା ପାଇଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ସର୍ବାଧିକ ୨,୬୬୮.୪୬ କୋଟି ଟଙ୍କା ଚାନ୍ଦା ଦେଇଛି। ଏହା ପଛକୁ ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ ଟ୍ରଷ୍ଟ ୯୧୪.୯୭ କୋଟି ଟଙ୍କା ଚାନ୍ଦା ଦେଇଛି। ଉକ୍ତ ଟ୍ରଷ୍ଟଗୁଡିକୁ ଏଲିଭେଟେଡ୍ ଆଭେନ୍ୟୁ ରିୟଲିଟି ୫୦୦ ​‌େକାଟି, ଟାଟା କନସଲଟାନ୍ସ ସର୍ଭିସେସ୍‌ ୨୧୭.୬୨ କୋଟି ଟାଟା ସନ୍ସ ପ୍ରାଇଭେଟ୍‌ ଲିମିଟେଡ୍ ୩୦୮.୧୩ କୋଟି, ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ୧୭୫ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ମହାରାଷ୍ଟ୍ରରୁ ସର୍ବାଧିକ ୧୨୨୫.୪୩ କୋଟି ଟଙ୍କା ଚାନ୍ଦା ମିଳିଛି। ୨୨୮ଟି କର୍ପୋରେଟ୍ ଓ ବ୍ୟାବସାୟିକ ପ୍ରତିଷ୍ଠାନଗୁଡିକ ମୋଟ ୩,୬୩୬.୮୨ ଟଙ୍କା ଚାନ୍ଦା ଦେଇଥିବାବେଳେ ୯୯ଜଣ ବ୍ୟକ୍ତିବିଶେଷ ୧୮୭.୬୨ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି।

    ଇଲେକ୍ଟୋରାଲ ଟ୍ରଷ୍ଟ ସ୍କିମ୍‌ ହେଉଛି ୨୦୧୩ରେ ଭାରତ ସରକାରଙ୍କ ଦ୍ବାରା ପ୍ରଣୀତ ଏକ ବ୍ୟବସ୍ଥା। ଏହି ସ୍କିମ୍ ମାଧ୍ୟମରେ କମ୍ପାନୀ ଓ ବ୍ୟକ୍ତି ବିଶେଷ ରାଜନୈତିକ ଦଳଗୁଡିକ ସ୍ବଚ୍ଛ ଭାବେ ଚାନ୍ଦା ଦେଇପାରିବେ। ଏହି ଦାନ ଅର୍ଥ ଉପରେ କମ୍ପାନୀ ଓ ବ୍ୟକ୍ତିବିଶେଷ ଆୟକର ଛାଡ ପାଇଥାନ୍ତି। ଏହାକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସସେସ୍‌ (ସିବିଡିଟି)ର ଅନୁମୋଦନ ମିଳିଛି। ୨୦୨୪ରେ ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡ ବ୍ୟବସ୍ଥାକୁ ଅସାମ୍ବିଧାନିକ ଦର୍ଶାଇବା ପରେ ଇଲେକ୍ଟୋରାଲ ଟ୍ରଷ୍ଟ ସ୍କିମ୍‌ ମାଧ୍ୟମରେ ଚାନ୍ଦା ଦାନ କରିବା ପ୍ରକ୍ରିୟା ବଢିଛି।

    Maximum 500 characters

    ରାଜନୀତି View all

    Find Us on Facebook