ମୁଖ୍ୟ ଖବର
ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ ୪୯ ର ଯୁବ ନେତା ମନ୍ମଥ ପଟ୍ଟନାୟକ ଓ ଅନେକ କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ଆନୁଷ୍ଠନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଆଜିର ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ନିରଂଜନ ମିଶ୍ର, ମଣ୍ଡଳ ସଭାପତି ଆରତୀ ଭୁଇଁଆ, ଜିତୁ ପଟ୍ଟନାୟକ, ପ୍ରଶାନ୍ତ ପ୍ରଧାନ, କର୍ପୋରେଟର ମଧୁସ୍ମିତା ପ୍ରଧାନ, ରାମରଣ ସିଂହ,ଜିଲ୍ଲା ପଦାଧିକାରୀ ତାପସ ଦଳାଇ, ସୁରେନ୍ଦ୍ର ପ୍ରଧାନ, ସୁରେନ ଛୁଆସିଂହ ପ୍ରମୁଖ ଉପସ୍ଥିତ ଥିଲେ।
Comments ସମସ୍ତ ମତାମତ