Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟ ଓ ଦେଶକୁ ବିକଶିତ କରିବାର ସଂକଳ୍ପ ନେବା: ମନମୋହନ ସାମଲ

    Share on :
    ajab-Image
    Date: Jan 31, 2026    Views: 2674

    ଭୁବନେଶ୍ୱର: ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ଏବଂ ବିଜେପିର ଅନ୍ୟ ନାମ ହେଉଛି ବିକାଶ । ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ଦିନରୁ ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶ ବିଜେପି ପୂରଣ କରିସାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି । ଅନ୍ୟ ପଟେ କଂଗ୍ରେସ ଦେଶ ଓ ରାଜ୍ୟବାସୀଙ୍କ ଜନବିଶ୍ୱାସ ହରାଇଛି । କଂଗ୍ରେସ ନେତା ଓ କର୍ମୀ ବିଜେପି ମୁହାଁ ହେବାରେ ଲାଗିଛନ୍ତି । ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ  ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ୟ୍ୟରେ ଆସ୍ଥା ପ୍ରକଟ କରି ଆଜି ରାୟଗଡ଼ା ଜିଲ୍ଲାର ଅନେକ କଂଗ୍ରେସ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।
    ଆଜି ରାଜ୍ୟ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ଶ୍ରୀ ଅଭିନାଶ ଗମାଙ୍ଗୋ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି ।                                                                                                          ଏହି ଅବସରରେ ରାୟଗଡା ଗୁଣୁପୁର ନିର୍ବାଚନମଣ୍ଡଳୀର ଯୁବ କଂଗ୍ରେସ ନେତ୍ରୀ ରୁନା ବାଉରୀ, କରୁଣାକର ଶବର, ସଞ୍ଜୀବ କୁମାର ଶବର, ବରିଷ୍ଠ ନେତା ଅମର କୁମାର ଶବର, ପିତାମ୍ବତ ଶବର, ମୂରଲୀ ଶବର, ଜଳନ୍ଧର ଶବର, ବରିଷ୍ଠ ନେତ୍ରୀ ଗୈାରୀ ଶବର, ରଶ୍ମିତା ଶବର, ବବି ଶବର, ହାରାବତୀ ଶବର, ଯୁବନେତା ଶିବ ଖିଲା, ବାବୁଲି ଖିଲା, ଆଦର୍ଶ ନାୟକ, ମୋସେସ ପିତାର ନାଗ, ରାହୁଲ ଖିଲା, ବିପିନ ଖରା, ସୁଶୀଲ ଗୁଂଠ, ଜେମ୍ସ ଖରା, ଆକାଶ ଚପାଡି ପ୍ରମୁଖ ଆନୁଷ୍ଟାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
    ଆଜି ଏହି ମିଶ୍ରଣ ଦ୍ୱାରା ରାୟଗଡ଼ା ଜିଲ୍ଲାରେ ଦଳୀୟ ସଂଗଠନ ବୃଦ୍ଧି ପାଉଛି । ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ରାଜ୍ୟ ଓ ଦେଶକୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
    ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ଅଶୋକ ମିଶ୍ର, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦିକା ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ରାୟଗଡା ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ବିଧାୟକ ଶ୍ରୀ କେ.ନାରାୟଣ ରାଓ, ରାୟଗଡା ଜିଲ୍ଲା ସଭାପତି ଶ୍ରୀ ଗୋପି ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook