ମୁଖ୍ୟ ଖବର
ଭୁବନେଶ୍ୱର: ଆଜି ବସିବ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟ କାର୍ୟ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରଭାରୀଙ୍କ ଉପସ୍ଥିତିରେ ହେବ ଆଲୋଚନା।
ଏଥିରେ ସମସ୍ତ ବିଧାୟକ ଏବଂ ବିଧାୟକ ପ୍ରାର୍ଥୀଙ୍କ ସହ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ସଭାପତିଙ୍କ ସହ ଚାଲିବ ମାନସ ମନ୍ଥନ। ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ହେବା। ଏହା ସହ କେନ୍ଦ୍ର ଏବଂ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବାକୁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ। ଏସ.ଆଇ. ଆର ଏବଂ ବିଭି ଜି ରାମ ଜି କାର୍ୟ୍ୟକ୍ରମ ନେଇ ମଧ୍ୟ ହେବ ଆଲୋଚନା।
Comments ସମସ୍ତ ମତାମତ