Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟ କାର୍ଯ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

    Share on :
    ajab-Image
    Date: Jan 27, 2026    Views: 2729

    ଭୁବନେଶ୍ୱର,: ରାଜ୍ୟ କାର୍ଯ୍ୟାଳୟରେ ବହୁ ଆଡ଼ମ୍ବରରେ ଦେଶର ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଜାତୀୟ ପତାକା ଉତୋଳନ କରିବା ସହ ଓଡ଼ିଶାର ସାଢ଼େ ୪କୋଟି ଜନତାଙ୍କୁ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଏବଂ କୃତଜ୍ଞତା ଜଣାଇଥିଲେ । ଏହାପରେ ସାମୂହିକ ଭାବେ ଜାତୀୟ ସଂଗୀତ ଗାନ କରାଯାଇଥିଲା । 
    ଏହି ଅବସରରେ ଶ୍ରୀ ସାମଲ କହିଛନ୍ତି ଯେ, ୧୨୦୦ ବର୍ଷର ପରାଧୀନତା ପରେ ଲମ୍ବା ସଂଘର୍ଷ କରି ଦେଶ ସ୍ୱାଧୀନତା ପାଇଥିଲା। ଏହାପରେ ୧୯୫୦ ଜାନୁୟାରୀ ୨୬ରେ ସମ୍ବିଧାନ ପ୍ରଣୟନ ହୋଇଥିଲା। ଏହି ସମ୍ବିଧାନ ସମସ୍ତ ଦେଶବାସୀଙ୍କୁ ଗୋଟିଏ ସୁତାରେ ବାନ୍ଧି ରଖିଛି। ଆମ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ଡ. ଭୀମରାଓ ବାବା ସାହେବ ଆମ୍ବେଦକର ଦେଶକୁ ସଠିକ୍ ମାର୍ଗରେ ପରିଚାଳନା କରିବା ପାଇଁ ତାଙ୍କ ଟିମ୍ ସହ ମିଶି ସମ୍ବିଧାନ ପ୍ରଣୟନ କରିଥିଲେ। ଆଜି ଏହିି ସମ୍ବିଧାନ ରୁଦ୍ଧିମନ୍ତ ହୋଇଛି। ବିଜେପି ସବୁବେଳେ ସମ୍ବିଧାନକୁ ସମ୍ମାନ ଦେଇ ଆସିଛି। ଦେଶର ଏକତା, ଅଖଣ୍ଡତା, ସାର୍ବଭୌମତ୍ୱ ଅକ୍ଷୁର୍ଣ୍ଣ ରଖିବା ପାଇଁ ପ୍ରତିବଦ୍ଧତା ଆବଶ୍ୟକ। ଖାଲି ସେତିକି ନୁହେଁ ସମାଜ, ବ୍ୟକ୍ତି ଓ ବିଭିନ୍ନ ସମସ୍ୟା ମଧ୍ୟ ପ୍ରତିବଦ୍ଧତା ଜରୁରୀ। ଯେଉଁମାନେ ନିଜକୁ ଜଳାଞ୍ଜଳି ଦେଇ ଦେଶ ଓ ମାତୃକାର ସେବା ପାଇଁ ସର୍ବସ୍ୱ ତ୍ୟାଗ କରିଥିଲେ, ଆଜି ସେମାନଙ୍କୁ ସ୍ମରଣ କରିବାର ଦିନ। 
    ଗୋପବନ୍ଧୁ ଦାସ, ଜୟୀ ରାଜଗୁରୁ, ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁଭାଷଚନ୍ଦ୍ର ବୋଷ, ଭଗତ୍ ସିଂ, ଖୁଦିରାମ ବୋଷ, ଚନ୍ଦ୍ରଶେଖର ଆଜାଦ, ଡ. ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ମଧୁସୁଦନ ଦାସ, ବୀର ସାବରକର, ବାଜିରାଉତ ପର୍ଯ୍ୟନ୍ତ ସଭିଏଁ ଦେଶ ଓ ସମାଜ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ। ସେମାନେ ସବୁବେଳେ ଆମ ପାଇଁ ଚିରସ୍ମରଣୀୟ ହୋଇ ରହିବେ। ଚଳିତବର୍ଷ ଆମେ ବନ୍ଦେ ମାତରମ ଓ ଭଗବାନ ବିର୍ସାମୁଣ୍ଡା, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ବର୍ଷ ପାଳନ କରୁଥିବାବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ୧୦୦ତମ ବର୍ଷ, ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମଜୟନ୍ତୀ ଏବଂ ଓଡ଼ିଶାର ବରେଣ୍ୟ ନେତା ଡ.ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଛନ୍ତି। ଏହି ପୂଜ୍ୟପୂଜା ଆମ ସମସ୍ତଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେଉଛନ୍ତି।
    ଓଡ଼ିଶାରେ ଥିବା ସମ୍ଭାବନାକୁ ଆମେ ଉପଯୋଗ କରିବାକୁ ଉଦ୍ୟମ କରୁଛୁ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢ଼ିବାକୁ ଆହ୍ୱାନ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରି ଦେଶର ୧ ନଂ. ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଲକ୍ଷ୍ୟ କରିଛନ୍ତି। ଆଗାମୀ ଦିନରେ ବିକଶିତ ଭାରତ ଗଠନରେ ଓଡ଼ିଶାର ବଡ଼ ଯୋଗଦାନ ରହିବ। ଏଥିପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ। ସମସ୍ତେ ଏକ ମନ ଓ ଏକ ପ୍ରାଣ ହୋଇ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ କାର୍ଯ୍ୟ କରିବାକୁ ପଡ଼ିବ। ଏଥିପାଇଁ ତଳସ୍ତରରେ ନେତୃତ୍ୱ ବିକାଶ କରି ଆମ ବିଚାରଧାରାକୁ ସମୃଦ୍ଧ କରିବାକୁ ପଡ଼ିବ। ସାଧାରଣ ଲୋକଙ୍କ ଆଶା ଓ ବିଶ୍ୱାସ ଅତୁଟ ରଖିବା ପାଇଁ ଆମ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଗତ ୧୮ ମାସ ମଧ୍ୟରେ ସଂକଳ୍ପପତ୍ରରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିସାରିଥିବାବେଳେ ଆଗକୁ ଅନେକ କିଛି କାର୍ଯ୍ୟ କରିବାକୁ ଯୋଜନା ରଖିଛି। ଏଥିପାଇଁ ଶ୍ରୀ ସାମଲ ସମସ୍ତଙ୍କ ପୂର୍ଣ୍ଣ ସହଯୋଗ କାମନା କରିିଥିଲେ। ରାଜ୍ୟ ଉପସଭାପତି ଡ. ଅଶୋକ ମିଶ୍ର କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।
    ଏହି ଅବସରରେ ବିଧାୟକ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ଉପସଭାପତି ବିଷ୍ଣୁ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରାସଦ ଶତପଥୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ.ଐଶ୍ଚର୍ଯ୍ୟା ବିଶ୍ୱାଳ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, କାର୍ଯ୍ୟାଳୟ ସମ୍ପାଦକ ଦେବେନ୍ଦ୍ର କୁମାର ନନ୍ଦ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ବରିଷ୍ଠ ନେତା ସୁରଥ ବିଶ୍ୱାଳ, ଜଗନ୍ନାଥ ପ୍ରଧାନ, ଡ.ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃମଣ୍ଡଳୀ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook