Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପିରେ ଯୋଗଦେଲେ ୭ ସମିତି ସଭ୍ୟ, ୨ ସରପଂଚ

    Share on :
    ajab-Image
    Date: Jan 25, 2026    Views: 3559

    ଭୁବନେଶ୍ୱର: ସାରା ବିଶ୍ୱ ଆଜି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱକୁ ଗ୍ରହଣ କରିଛି । ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ଦିନରୁ ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶ ବିଜେପି ପୂରଣ କରିସାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି । ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍‌ଡିଏର ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଆଦୃତ ହୋଇଛି । କଂଗ୍ରେସ ସବୁବେଳେ ଆଦିବାସୀ, ଦଳିତ ଓ ପଛୁଆବର୍ଗ  ବିରୋଧୀ । ସ୍ୱାଧୀନତାର ୭୮ ବର୍ଷେ ପରେ ବି ରାୟାଗଡ଼ା ଜିଲ୍ଲା ବିକାଶ ଧାରାରେ ସାମିଲ ହୋଇପାରି ନ ଥିଲା । ଏଭଳି ଅବହେଳିତ ଜିଲ୍ଲାର ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ବିଜେପିର ଅନ୍ୟ ନାମ ହେଉଛି ବିକାଶ । ଏଥିଯୋଗୁ ଲୋକେ ଅନ୍ୟ ରାଜନୈତିକ ଦଳ ପରତ୍ୟାଗ କରି  ବିଜେପି ମୁହାଁ ହେବାରେ ଲାଗିଛନ୍ତି । ବିଜେପିର ବିଚାରଧାରାରେ ଅନୁପ୍ର।।ଣିତ ହୋଇ ଓ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି ରାୟଗଡ଼ା ଜିଲ୍ଲା ବିଷମ କଟକ ନିର୍ବାଚନମଣ୍ଡଳୀର ବହୁ କଂଗ୍ରେସ ଓ ବିଜେଡି ସମର୍ଥିତ ସରପଂଚ ଏବଂ ସମିତି ସଭ୍ୟ ନିଜ ଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ଆଜିର ମିଶ୍ରଣ ଦ୍ୱାରା ରାୟଗଡ଼ା ଜିଲ୍ଲାରେ ଦଳର ସଂଗଠନ ଆହୁରି ଶକ୍ତିଶାଳୀ ହୋଇପାରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠି ମିଶ୍ରଣ ପର୍ବର୍ରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
    ଶ୍ରୀ ସାମଲ କହିଛନ୍ତି ଯେ, ଖଣିଖାଦାନରେ ଭରପୂର ରାୟଗଡ଼ା ଜିଲ୍ଲାରେ ଅନେକ ସମ୍ଭାବନା ରହିଛି । ଏଠାରେ ଶିଳ୍ପଠାରୁ ଆରମ୍ଭ କରି ପର୍ଯ୍ୟଟନ ପର୍ଯ୍ୟନ୍ତ ବିକାଶମୂଳକ କାର୍ଯ୍ୟ ତ୍ୱରାନିତ ହେବ । ପଂଚାୟତରୁ ସହର ପର୍ଯ୍ୟନ୍ତ ବିକାଶ କରି ରାୟଗଡ଼ା ଚିତ୍ର ବଦଳାଇବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଆମ ସମସ୍ତଙ୍କୁ ଏକତ୍ରିତ ହୋଇ ବିକାଶ କାର୍ଯ୍ୟକୁ ଆଗକୁ ନେବା ପଡ଼ିବ । ଏହାଦ୍ୱାରା କେବଳ ରାୟଗଡ଼ା ନୁହେଁ, ସମଗ୍ର ଓଡ଼ିଶା ବିକଶିତ ହୋଇପାରିବ ।
    ମିଶ୍ରଣ ପର୍ବରେ ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଏମଏସଏମଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ କହିଛନ୍ତି ଯେ, ଆଜି ଏକ ସୁଖଦ ଦିନ । ରାୟଗଡ଼ା ଜିଲ୍ଲାର ବିକାଶ ପାଇଁ ସେଠାକାର ବହୁ ସମିତିସଭ୍ୟ ଓ ସରପଂଚ ସେମାନଙ୍କ ଦଳ ଛାଡ଼ି ଆଜି ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବରୁ ସେ ଯେତେବେଳେ ରାୟଗଡ଼ା ଜିଲ୍ଲା ଗ୍ରସ୍ତ କରିଥିଲେ, ସେତେବେଳେ କଂଗ୍ରେସର କେତେଜଣ ସ୍ଥାନୀୟ ପ୍ରତିନିଧି କହିଥିଲେ ଯେ, ସେମାନେ ଦଳରେ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି । ସମାନ ଅବସ୍ଥା ବିଜେଡିରେ ମଧ୍ୟ ଥିଲା । ରାୟଗଡ଼ା ଜିଲ୍ଲାର ବିକାଶ ପାଇଁ ଏବେ ସେମାନେ ବିଜେପିରେ ଯୋଗଦେଇଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୩୬ ବିକଶିତ ଓଡ଼ିଶାର ଗଠନର ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ଦକ୍ଷିଣ ଓଡ଼ିଶାର ବିକାଶ ବିନା ସମ୍ଭବ ହୋଇପାରିବ ନାହିଁ । ଆଜି ଏହି ମିଶ୍ରଣ ଦ୍ୱାରା ରାୟଗଡ଼ା ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାରେ ଦଳର ସଂଗଠନ ସୁଦୃଢ଼ ହୋଇଛି । ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ରାଜ୍ୟ ଓ  ଦେଶକୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା ।
     ଏହି ଅବସରରେ ରାୟଗଡ଼ା ଜିଲ୍ଲା ବିଷମ କଟକର କଂଗ୍ରେସ କନକୁବାଡି ଗ୍ରାମ ପଂଚାୟତ ସମିତିସଭ୍ୟ ଅକ୍ଷୟ କୁମାର ହିକାକା, ଦଳିଆକୁଜି ସମିତିସଭ୍ୟ କରୁଣାକର ସୁନା, ସାହାଡ଼ା ସମିତିସଭ୍ୟ ଜୟନ୍ତୀ କଳକା, ସରପଂଚ ଚନ୍ଦ୍ର କୁମ୍ବୁରୁକାଙ୍କ ସମେତ ବିଜେଡିର ହାଟମୁନିଗୁଡ଼ା ସମିତିସଭ୍ୟ ଦୁର୍ଯ୍ୟୋଧନ ପିରିବାକ, ସରପଂଚ ନାରାୟଣ ହୁଇକା, ଡୁମୁରିନେଲି ସମିତିସଭ୍ୟ ବୋଇଡା ଉର୍ଲାକା, ହଜାରିଡଙ୍ଗା ସମିତିସଭ୍ୟ ସୁକାନ୍ତ ବେନିଆ, କୁର୍ଲି ସମିତିସଭ୍ୟ ଟେଲାଡି ହୁଇକା ପ୍ରମୁଖ ନିଜ ନିଜ ଦଳ ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଥିଲେ । ଏମାନଙ୍କ ସହ କାମକୁବାଡ଼ି ପଂଚାୟତର ଜଳନ୍ଧର ବଟୁରିଆ, ଷାହାଡ଼ାର ସେନାପତି ପିଡିକାକା, ଅଙ୍ଗଦ କଳକା, ସନ୍ତୋଷ ବେହେରା, ଶୁଶାନ୍ତ ସାହୁ, ଭାସ୍କର ଭତ୍ରା, ଜୟରାମ କୁମ୍ବରୁଇକା,  ହାଟମୁନିଗୁଡ଼ାର ରମେଶ ପାକି, ଯୁଧିଷ୍ଠିର ହୁଇକା, କନକୁବାଡିର ଦାଶରଥି କୁଟ୍‌ରୁକା, ରାଇସାନ କାଡ୍ରାକା, ସାରଥି କାଡ୍ରାକା, ଶ୍ରୀନାଥ ହିକାକା, ଶିବରାମ ହିକାକା, ଶିବରାମ ମଣ୍ଡିକା, ରାଜାରାଓ ହିକାକା, ମୋହନ ହିକାକା, ବଳରାମ ହିକାକା, ସନ୍ତୋଷ ପାତ୍ରୋ, ରାଜିବନ୍ଧୁ ହିକାକା, ଦ୍ରୁମ୍ବ ହୁଇକା, ସୁବାସ ଟୋଇକା, ଗୋପାଳ ଟୁଇକା, ଶୁକ୍ରୁ ଟୁଇକା,  ଆପାରାଓ ଟୋଇକା, ବିକ୍ରମ ହିଟାକା, ଈଶ୍ୱର ହିକାକା, ହଜାତିଡାଙ୍ଗର ହରେକୃଷ୍ଣ ମଣ୍ଡିକା, ହଜାରିଡାଙ୍ଗର ଭୁବନ ପଟିକା, କୁର୍ଲିର ବୁଦ୍ରି ହୁଇକା, ଦଳିଆକୁ୍‌ଜିର ଗୌର ନାଗ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ଶ୍ରୀ ବିଷ୍ଣୁ ଦାସ, ରାଜ୍ୟ ସମ୍ପାଦକ ସରୋଜ କର, କୋଷାଧ୍ୟକ୍ଷ ଅଜୟ କୁମାର ଅଗ୍ରୱାଲ, ପୂର୍ବତନ କୋଷାଧ୍ୟକ୍ଷ ବିନୋଦ ଦାଶ, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ, ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଗୋପି ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook