ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଜ଼ିଲ୍ଲାରେ ନୂଆ ବର୍ଷ ପୂର୍ବରୁ ବିଜେଡି ଦଳ ଚୁରମାର ହୋଇ ଯାଇପାରେ। ଭଦ୍ରକରେ ଦିନକୁ ଦିନ ବିଜେଡି ଦଳ ଛାଡ଼ି ବିଜେପି ମୁହାଁ ହେଉଛନ୍ତି ନେତା ଆଉ କର୍ମୀ । ଜିଲ୍ଲାର ୪ ବ୍ଲକର ଅଧ୍ୟକ୍ଷ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ବେଳେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କର ଦୁଇ ପୁତ୍ର ଲୁଲୁ ସାମଲ ଓ ଜୁଲୁ ସାମଲ ବିଜେଡିରେ ଯୋଗଦେବା ପରେ ବିଜେଡିରୁ ପ୍ରତିଦିନ ବିଭିନ୍ନ ପଞ୍ଚାୟତରେ ସରପଂଚ ଓ ସମିତି ସଭ୍ୟ ବିଜେଡି ଛାଡ଼ି ବିଜେପିରେ ମିସୁଛନ୍ତି ।
ଆସନ୍ତା ନୂଆ ବର୍ଷରେ ଭଦ୍ରକ ଜିଲ୍ଲାର ବିଜେଡି ଦଳର ତିନି ପ୍ରମୁଖ ନେତା ଜିଲା ସଭାପତି ଜଗନ୍ନାଥ ସ୍ବାଇଁ, ଧାମନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ , ଭଦ୍ରକ ର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡି ଦଳ ଛାଡ଼ି ବିଜେପିରେ ମିଶିବେ ବୋଲି ଜୋରଦାର ଚର୍ଚା ଆରମ୍ଭ ହୋଇଛି । ମଞ୍ଜୁଲତା ମଣ୍ଡଳ ସାଂସଦ ଥିବା ବେଳେ ମୁକ୍ତିକାନ୍ତ ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହିତ ସୁସମ୍ପର୍କ ରଖି ଭଦ୍ରକ ବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ କରିଛନ୍ତି। ସେଥିପାଇଁ କେନ୍ଦ୍ର ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦଙ୍କ ସହିତ ମଧ୍ୟ ବେଶ ଭଲ ସମ୍ପର୍କ ରଖିଛନ୍ତି ମୁକ୍ତିକାନ୍ତ। ଯାହାର କିଛି ଫୋଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେଉଛି। ସେଥିପାଇଁ ମଣ୍ଡଳ ଦମ୍ପତି ବିଜେପିରେ ମିଶିବା ଚର୍ଚା ଏବେ ସବୁଠୁ ଆଲୋଚନା ହେଉଛି ।
ଶୁଣାଯାଉଛି କାଳେ ଏହି ତିନି ବିଜେଡି ନେତା ବିଜେପିର ରାଜ୍ୟ ସଭାପତିଙ୍କ ସହ ଆଲୋଚନା କରିଛନ୍ତି । ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ କାଳେ ସେମାନଙ୍କ ମିଶ୍ରଣ ନେଇ ସବୁଜ ସଂକେତ ଦେଇସାରିଛନ୍ତି । ତାରିଖ ଧାର୍ୟ୍ୟ ହେଲେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ହେବ ବୋଲି କୁହାଯାଉଛି । ଏବେ ମଣ୍ଡଳ ଦମ୍ପତି ଗତ ତିନି ଦିନ ହେଲା ଦିଲ୍ଲୀ ଗ୍ରସ୍ଥରେ ଅଛନ୍ତି। ଦିଲ୍ଲୀରେ ବିଜେପିର କିଛି ଉପର ଲେବୁଲ ନେତାଙ୍କ ସହ ଆଲୋଚନା କରିଥିବା ନେଇ ଭଦ୍ରକରେ ଚର୍ଚା ହେଉଛି ।
Comments ସମସ୍ତ ମତାମତ