Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଦ୍ମ ଧରିଲେ ପ୍ରଫୁଲ୍ଲଙ୍କ ୨ ପୁଅଙ୍କ ସମେତ ୪ ବ୍ଲକ ଅଧ୍ୟକ୍ଷ

    Share on :
    ajab-Image
    Date: Dec 7, 2025    Views: 2422

    ଭୁବନେଶ୍ବର: ବିଜୁ ଜନତା ଦଳକୁ ଶକ୍ତ ଧକ୍କା । ଭଦ୍ରକରେ ଭାଙ୍ଗିଲା ବିଜେଡି ଗଡ଼, ପଦ୍ମ ଧରିଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ୨ ପୁଅଙ୍କ ସମେତ ୪ ବ୍ଲକ ଅଧ୍ୟକ୍ଷ । ଗତକାଲି (ଶନିବାର) ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରାଜ୍ୟ କାର୍ୟ୍ୟାଳରେ ଏହି ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହାସହ ୩୦ରୁ ଅଧିକ ସମିତିସଭ୍ୟ ଏବଂ ସରପଞ୍ଚ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି । ବିଜେପିରେ ମିଶିବା ପରେ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲ କହିଛନ୍ତି," ଭଦ୍ରକରେ କିପରି ବିଜେପି ସଂଗଠନକୁ କୋଣ ଅନୁକୋଣରେ ସଶକ୍ତ କରି ହେବ ? ତାହା ଏଠାରୁ ସପଥ ନେଇ ଫେରିବୁ ।"

    ବିଜେପି ରାଜ୍ୟ କାର୍ୟ୍ୟାଳୟରେ ବିଶାଳ ମିଶ୍ରଣ ପର୍ବ କ୍ଷ ବିଜେପିରେ ଯୋଗ ଦେଲେ ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲ କ୍ଷ ପ୍ରୟାସକାନ୍ତିଙ୍କ ନେତୃତ୍ବରେ ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ବାଜା ବଜାଇ, ବାଣ ଫୁଟାଇ ଶତାଧିକ ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ପହଞ୍ଚିଲେ ପ୍ରୟାସକାନ୍ତି । ଭଦ୍ରକ ଜିଲ୍ଲାର ଟାଣୁଆ ବିଜେଡ଼ି ନେତା ତଥା ଦଳର ଉପସଭାପତି ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲଙ୍କ ସହ ୪ବ୍ଲକ ଅଧ୍ୟକ୍ଷ ଏବଂ ୩୦ରୁ ଅଧିକା ସମିତିସଭ୍ୟ ଏବଂ ସରପଞ୍ଚ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ।
    ବିଜେପିରେ ମିଶିଲେ ପ୍ରୟାସ ଏବଂ ପ୍ରଣିତ କ୍ଷ ବିଜେଡ଼ି ଗଡ଼ କବଜା କରିବାକୁ ଯାଉଛି ବିଜେପି । ଭଦ୍ରକରେ ଦୋହଲି ଯାଇଛି ବିଜେଡିର ସାଙ୍ଗଠନିକ ସ୍ଥିତି । ଦଳୀୟ ନେତାଙ୍କୁ ବାନ୍ଧି ରଖିବାରେ ବିଜେଡ଼ି ବିଫଳ ହୋଇଛି । ଭଦ୍ରକର ଦାୟିତ୍ୱ ନେଇଥିବା ଖୋଦ୍ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଗତକାଲି ବିଜେପିରେ ଯୋଗ ଦେଇଛନ୍ତି କ୍ଷ ଚଳିତବର୍ଷ ମେ' ମାସରେ ପ୍ରୟାସକାନ୍ତି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଗତ ଦୁଇ ସପ୍ତାହ ମଧ୍ୟରେ ବିଜେଡିର ୪ ବ୍ଲକ୍ ଅଧ୍ୟକ୍ଷ, ୫ ଜଣ ସମିତି ସଭ୍ୟ, ୫ ୱାର୍ଡ ସଭ୍ୟ, ବ୍ଲକ୍ ଛାତ୍ର ସଭାପତି, ବ୍ଲକ୍ ଯୁବ ନେତା ସଭାପତି, ଜିଲ୍ଲା ସାଧାରଣ ଦଳରୁ ଜଣକ ପରେ ଜଣେ ଇସ୍ତଫା ଦେଇ ଥିଲେ ।ପ୍ରଫୁଲ୍ଲ ସାମଲ ଭଦ୍ରକ ଏବଂ ଭଣ୍ଡାରୀପୋଖରୀରୁ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଏବଂ ବିଜେଡ଼ି ସରକାରରେ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଛନ୍ତି । ଉପକୂଳ ଓଡ଼ିଶାରେ ବିଜେଡ଼ି ସାଙ୍ଗଠନିକ ସ୍ଥିତିକୁ ମଜବୁତ କରି ରଖିବାରେ ତାଙ୍କର ବଡ଼ ଅବଦାନ ରହିଛି । କିନ୍ତୁ ତାଙ୍କ ଦୁଇ ପୁଅ ସେହି ଦଳକୁ ଛାଡ଼ି ପଦ୍ମ ଧରିଛନ୍ତି ।
    ବିଜେପିରେ ମିଶିବା ପରେ ପ୍ରୟାସକାନ୍ତି ସାମଲ କହିଛନ୍ତି,"ଭଦ୍ରକରେ କିପରି ବିଜେପି ସଂଗଠନକୁ କୋଣ ଅନୁକୋଣରେ ସଶକ୍ତ କରି ହେବ, ତାହା ଏଠାରୁ ସପଥ ନେଇ ଫେରିବୁ । ବିଜେପି ସହ ଆଜି ବିଧିବଦ୍ଧ ଭାବେ ମିଶୁଛି ବୋଲି ଆପଣ ଭାବୁଥିବେ ? କିନ୍ତୁ ମୋର ରାଜନୈତିକ ଜୀବନ ବିଜେପି ସହାୟତାରେ ଆରମ୍ଭ ହୋଇଥିଲା । ମେଣ୍ଟ ସରକାର ସମୟରେ ୨୦୦୩ରେ ଭଣ୍ଡାରି ପୋଖରୀ ବ୍ଲକ ଅଧ୍ୟକ୍ଷ ହୋଇଥିଲି । ସେହି ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବାପା ମିଶିକି ମତେ ବିଜୟୀ କରାଇଥିଲେ । ତେଣୁ ଏଠାକୁ ଆସି ମତେ କଷ୍ଟ ହେଲାନି, କି ଚିନ୍ତାଧାରା କିଛି ଚେଞ୍ଜ ହୋଇନାହିଁ । ମୁଁ ମୋ ପୁରୁଣା ଜାଗାକୁ ମୁଁ ଫେରି ଆସିଛି । ବିଜେପିରେ ମତେ ସାମିଲ କରାଇଥିବାରୁ ମୁଁ କୃତଜ୍ଞ । "ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି,"ଭଦ୍ରକ ଜିଲ୍ଲାରେ ଦଳ ଶକ୍ତିଶାଳୀ ହୋଇଛି । ଗୋଟିଏ ବର୍ଷ ପରେ ନିର୍ବାଚନକୁ ସାମ୍ନା କରିବା । ବିକାଶକୁ ଗୁରୁତ୍ଵ ଦେଉଥିବାରୁ ବିଜେପି ସବୁଠାରେ ବିଜୟୀ ହେଉଛି । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଦଳ । ନୂଆ ମିଶିଥିବା କାର୍ୟ୍ୟକର୍ତ୍ତାମାନଙ୍କୁ ଦଳରେ ଯଥେଷ୍ଟ ସମ୍ମାନ ଦିଆଯିବ ।"

    Maximum 500 characters

    ରାଜନୀତି View all

    Find Us on Facebook