ମୁଖ୍ୟ ଖବର
ଧର୍ମଶାଳା: ବିଜେପି ଦଖଲକୁ ଗଲା ଧର୍ମଶାଳା ପଞ୍ଚାୟତ ସମିତି। ଆଜି ଅନୁଷ୍ଠିତ ନିର୍ବାଚନରେ ଏହି ବ୍ଲକ କ୍ଷେତ୍ରପାଳ ପଞ୍ଚାୟତର ସମିତି ସଭ୍ୟା ସୁଚିସ୍ମିତା ଦାସ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ପୂର୍ବାହ୍ନ ୧୧ ଟା ଯାଏ ତାଙ୍କ ପ୍ରତିଦ୍ବନ୍ଦୀ ଭାବରେ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ। ତେଣୁ ନିର୍ବାଚନ ଅଧିକାରୀ ତଥା ତହସିଲଦାର ସମୀର ରଞ୍ଜନ ଦାସ ତାଙ୍କୁ ବିଜୟୀ ଘୋଷଣା କରିଥିଲେ। ବିଜେଡି ସମର୍ଥିତ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେବା ପରେ ଏହି ପଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ନିର୍ବାଚନ ବିଜୟ ପରେ ସୁଚିସ୍ମିଦା ଦାସ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ମୋ ପରି ଜଣେ ସାଧାରଣ ମହିଳା ତଥା ମୂଳ ବିଜେପି ପରିବାରର ସମିତି ସଭ୍ୟାଙ୍କୁ ଅଧ୍ୟକ୍ଷ ପଦ ନିମନ୍ତେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଥିଲା। ଏବେ ବିଜୟ ପରେ ଅଧକ୍ଷ ଆସନରେ ବସାଇ ଥିବାରୁ ଧର୍ମଶାଳା ବିଧାୟକଙ୍କୁ କୃତଜ୍ଞତା ଜଣାଉଛି।ସୂଚନା ଥାଉ କି, ଶ୍ରୀମତୀ ଦାସ ୨୦୨୨ ନିର୍ବାଚନରେ ବିଜେପି ସମର୍ଥନରେ ବିଜୟୀ ହୋଇଥିଲେ। ସେତେବେଳେ ବ୍ଲକରେ ବିଜେଡିର ଦବଦବା ଥିବା ସତ୍ତ୍ୱେ ସିଏ ଏକ ମାତ୍ର ସମିତି ସଭ୍ୟା ଯିଏକି ଅନେକ ପ୍ରଲୋଭନ ସତ୍ତ୍ୱେ ଦଳ ଛାଡ଼ି ନଥିଲେ। ଯାହାର ଫଳ ସ୍ବରୁପ ତାଙ୍କୁ ବିଳମ୍ବରେ ହେଲେ ମଧ୍ୟ ଏଭଳି ସମ୍ମାନ ଜନକ ଆସନ ମିଳି ପାରିଛି। ବିଧାୟକ ଶ୍ରୀ ସାହୁଙ୍କ ଦଳ ପ୍ରତି ଆନୁଗତ୍ୟ ଥିବା ତୃଣମୂଳ ସ୍ତରର କର୍ମୀମାନଙ୍କ ପାଇଁ ଏତାଦୃଶ ନିଷ୍ପତ୍ତିକୁ ସାଧାରଣରେ ପ୍ରଶଂସା କରାଯାଇଛି। ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା।
Comments ସମସ୍ତ ମତାମତ