ମୁଖ୍ୟ ଖବର
ନୂଆପଡ଼ା: ନୁଆପଡ଼ା ବିଧାନସଭା ଉପନିର୍ବାଚନ ରେ ବିଜେପି ର ନିର୍ବାଚନୀ ପ୍ରଚାର ଯେତିକି ବୃଦ୍ଧି ପାଇବାରେ ଲାଗିଛି ଦଳରେ ନୂତନ ସଦସ୍ୟ ଙ୍କ ଯୋଗଦାନ ମଧ୍ୟ ବଢ଼ି ବଢ଼ି ଚାଲିଛି । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ବିଭନ୍ନ କାର୍ୟ୍ୟକ୍ରମ ରେ ବିଜେଡି କଂଗ୍ରେସ ର ନେତା ଓ ସମର୍ଥକ ଙ୍କ ସମେତ ସାଧାରଣ ବର୍ଗ ର ଲୋକେ ମଧ୍ୟ ବିଜେପି ରେ ସାମିଲ ହେବାକୁ ଲାଗିଛନ୍ତି । ଏହାକୁ ଦେଖି ବିରୋଧୀ ଭୟଭୀତ ।
ଏହି ଅବସରରେ ଆଜି ବିଜେପି ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋମନା ବ୍ଲକ ଜଡାମୁଣ୍ଡା ପଞ୍ଚାୟତ ଅଧିନସ୍ଥ କୁମଟିମୁଣ୍ଡା ଗାଁ ର ସଂଖ୍ୟାଲଘୁ ସମ୍ପ୍ରଦାୟ ର ବହୁ ଲୋକ ବିଜେପି ରେ ସାମିଲ ହୋଇଛନ୍ତି । ସବିର ଅଲି, ଜାକିର ମହମ୍ମଦ, ଫକିର ମହମ୍ମଦ, ଫରିଦା ଖାଁ ଙ୍କ ନେତୃତ୍ୱରେ ବହୁ ମହିଳା ଓ ପୁରୁଷ ଦଳ ରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନ ମୋହନ ସାମଲ ସମସ୍ତ ନୂତନ ସଦସ୍ୟ ସଦସ୍ୟା ଙ୍କୁ ଉତ୍ତରୀୟ ଓ ଟୋପି ଦେଇ ଦଳ ରେ ସ୍ଵାଗତ କରିଥିଲେ ।
ରାଜ୍ୟ ସଭାପତି ଶ୍ରୀ ସାମଲ, ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟ ସଦସ୍ୟା ଙ୍କ ଉଦ୍ଦେଶ୍ୟ ରେ ଦେଇଥିବା ନିଜ ଅଭିଭାଷଣ ରେ ବିଜେପି ସରକାର ର ମୂଳମନ୍ତ୍ର "ସବ୍ କା ସାଥ, ସବ୍ କା ବିଶ୍ଵାସ, ସବ୍ କା ପ୍ରୟାସ" ଚରିତାର୍ଥ ହୋଇଛି । ଦବଲ୍ ଇଞ୍ଜିନ ସରକାର ର ସମସ୍ତ ଜନକଲ୍ୟାଣକାରି ଯୋଜନା ର ଲାଭ ସମାଜ ର ସବୁ ବର୍ଗ ର ଲୋକେ ପାଉଛନ୍ତି । ଆପଣ ମାନେ ବିଜେପି ର ଡବଲ ଇଞ୍ଜିନ ସରକାର ର ଡବଲ ଗତି ର ବିକାଶ କୁ ସମସ୍ତ ଙ୍କ ପାଖରେ ପହଞ୍ଚାଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।
ଏହି କାର୍ୟ୍ୟକ୍ରମ ରେ ରାଜ୍ୟ ପରିଷଦ ସଦସ୍ୟ ସଞ୍ଜୀବ ଜେନା ଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ସାମିଲ ଥିଲେ ।
Comments ସମସ୍ତ ମତାମତ