Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୂଆପଡ଼ାରେ ବିଜେପି ଯୁବ ମୋର୍ଚ୍ଚାର ବିଶାଲ ବାଇକ ରାଲି

    Share on :
    ajab-Image
    Date: Nov 8, 2025    Views: 2346

    ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେ ବିଜେପି ର ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ବିଧାୟକ ଙ୍କ ସମେତ ବିଜେପି ର ସଙ୍ଗଠନ ର ବିଭିନ୍ନ ମୋର୍ଚ୍ଚା ମଧ୍ୟ ନିର୍ବାଚନୀ ପ୍ରଚାର ରେ ନିଜ ନିଜ ଢଙ୍ଗ ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ।
    ଏହି ମର୍ମରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ନୂଆପଡା ବିଜ୍ଞାପିତ ପରିଷଦ ଅଞ୍ଚଳ ଠାରେ ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ଢୋଲକିଆଙ୍କ ପ୍ରଚାର ପାଇଁ ବିଶାଳ ବାଇକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟ ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ.ମୁକେଶ ମହାଲିଙ୍ଗ, ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ଯୁବ ନେତା ଶ୍ରୀ ଅଭିନନ୍ଦନ ପଣ୍ଡା, ପୂର୍ବତନ ଜୁନାଗଡ ଏନ୍.ଏ.ସି ଚେୟାରମ୍ୟାନ ମୁକେଶ ଅଗ୍ରୱାଲ, ମଣ୍ଡଲ ସଭାପତି ସଦାନନ୍ଦ ଯୋଶୀ, ବରିଷ୍ଠ ନେତା ଭୈରବ ସାହୁ ଙ୍କ ସମେତ ଅନ୍ୟ ବରିଷ୍ଠ କାର୍ୟ୍ୟକର୍ତ୍ତା ଓ ଯୁବ ମୋର୍ଚ୍ଚା କାର୍ୟ୍ୟକର୍ତ୍ତା ଯୋଗଦାନ କରିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook