ମୁଖ୍ୟ ଖବର
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି କୋମନା ବ୍ଲକର ଟିକ୍ରାପଡ଼ାର ଦଳୀୟ କାର୍ୟ୍ୟାଳୟ ଠାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଏବଂ ମାନ୍ୟବର ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ଙ୍କ ଉପସ୍ଥିତିରେ ଲିପୁ ବେହେରାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।ବିଜେପିରେ ଯୋଗ ଦେଇଥିବା ପଞ୍ଚାୟତର ସମସ୍ତ ନେତୃବୃନ୍ଦଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ୍ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ଦଳରେ ଯୋଗ ଦେଇଥିବା ନେତୃବୃନ୍ଦଙ୍କ ମଧ୍ୟରେ ଅଛନ୍ତି ପ୍ରଭୁଲାଲ ଶବର, ସଂଜୀବ ଦଳପତି, ସୌମିକ ଦଳପତି, ଘାସିରାମ ଶବର, ଭାଗ୍ୟବନ୍ତ ବାଗ୍, ଗୌରହରି ବୌକ୍, ରାଜକିଶୋର ଶବର, ସୁଧାଂଶୁ ଶବର, ପପୁ ବେହେରା, ଅଙ୍କୁଶ ବେହେରା, ଗବରୁ ହଂସ ଏବଂ ଧନୁ ସଗରିଆଙ୍କ ସହ ଅନେକ ସକ୍ରିୟ କାର୍ୟ୍ୟକର୍ତା । ବିଜେପିରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ଭୋଟରେ ଜିତେଇବା ପାଇଁ କାର୍ୟ୍ୟ କରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ଦଳର ଏହି ନୂତନ ସଦସ୍ୟ ମାନଙ୍କୁ ନିବେଦନ କରିଛନ୍ତି ।
Comments ସମସ୍ତ ମତାମତ