ମୁଖ୍ୟ ଖବର
ନୂଆପଡ଼ା : ଭାରତୀୟ ଜନତା ପାର୍ଟି ପ୍ରତି ଅନୁପ୍ରାଣିତ ହୋଇ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆପଡ଼ା ବ୍ଲକ ଓ କୋମନା ବ୍ଲକର ୬୩ ଟି ପଞ୍ଚାୟତ ର ଶତାଧିକ ସ୍ଵେଛାସେବୀ ମହିଳା ଆଜି ନୂଆପଡା ଜିଲ୍ଲା ବିଜେପି କାର୍ୟ୍ୟାଳୟରେ ବରିଷ୍ଠ ନେତାଙ୍କ ଗହଣରେ ବିଜେପି ରେ ଯୋଗ ଦେଇଛନ୍ତି। ନୂଆପଡ଼ା ବ୍ଲକରୁ ସୁମିତ୍ରା ଶବର ଓ ହେମଲତା ରାଉତ ଙ୍କ ନେତୃତ୍ୱରେ ନୂଆପଡ଼ା ବ୍ଲକର ଭାନପୁର, କୁଲିହାବନ୍ଧା, ଖଲିଆପାଲି, କୋଦମେରି, ଚୁହ୍ଲାଭାଟ, ବୁଢୀପାଲୀ, କୋଟେନଚୁଆଁ, ମୋଟା ନୂଆପଡ଼ା, ଭେରା, ଆମାନାରା, ବୀରୋମାଲ, ଆମସେନା, ଡୁମେରପାଣି, ଧର୍ମ ବନ୍ଧା, କାଦମେରି, ସାଇପଲା, ଗୋଡଫୁଲା, ବିସୋରା, ଟାନ୍ବଟ, ଜାମପାଣି, ଭାଲେସ୍ୱର, ବେଲଟୁକୁରୀ, ସାରାବନ୍ଧ, କେରମେଲି, ପରକଡ୍, ବୀରମାଲ, ଭୈସାତାଲ ଆଦି ପଞ୍ଚାୟତ ର ମହିଳା ମାନେ ସାମିଲ ହୋଇଥିଲେ।
ସେହିପରି କୋମନା ବ୍ଲକରୁ ଶାନ୍ତି ବେହେରା ଓ ହେମିନ୍ ସାହୁ ଙ୍କ ନେତୃତ୍ବ ରେ ତରବଡ, ଗଣ୍ଡାମେର, ଲଖନା, କାଣ୍ଡେତରା, ଟିକିରାପଡା, ଅଗ୍ରେନ୍, କୋନାବେରା, ଭେଲା, ଯୋଡାମୁଣ୍ଡା, ସୁନାବେଡା, ଦର୍ଲିପଡା, ଜଟଗଡ, କୁରେଶ୍ଵର, ପେଣ୍ଡ୍ରାବନ୍, ସୋସେନ, କୁରୁମପୁରି, ସିଲଭା, ପଏଁର, ନୂଆଗାଁ, ମିଛାପାଲି, ବୁଦ୍ଧି କୋମନା, ସମରସିଂ, ପଲସିପାନୀ, ମୁଣ୍ଡାପଲା, ଠିକ୍ ପାଲି, ଢୋଲାମୁଣ୍ଡା, ରଜନା, ସିଆଲଟି, ଝଗରାହି, ଦେଓଧରା, ମାନିଗୁଡା, କୋମନା ଆଦି ପଞ୍ଚାୟତ ର ଶତାଧିକ ସ୍ବେଚ୍ଛାସେବୀ ମହିଳା ଆଜି ବିଜେପି ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଵେଛାକୃତ ଭାବେ ଦଳରେ ସାମିଲ ହୋଇଛନ୍ତି।ଜିଲ୍ଲା କାର୍ୟ୍ୟାଳୟରେ ଦଳର ପାଟଣାଗଡ ବିଧାୟକ ତଥା ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପୂର୍ବତନ କଳାହାଣ୍ଡି ସାଂସଦ ତଥା ବିଜେପି ର ବରିଷ୍ଠ ନେତା ବସନ୍ତ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଓ ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକଙ୍କ ଏହି ସ୍ଵେଛାସେବୀ ମାନଙ୍କୁ ଦଳର ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ଏହି ସ୍ଵେଛାସେବୀ ମହିଳା ମାନଙ୍କ ଶକ୍ତି ଦଳର ସାଂଗଠନିକ ଶକ୍ତି ବୃଦ୍ଧି କରିବା ସହ ଏମାନଙ୍କ ସହଯୋଗ ଓ ସମର୍ଥନ ଆମ ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ପରିମାଣର ଭୋଟରେ ବିଜୟୀ କରାଇବା ବୋଲି ମିଶ୍ରଣ ପର୍ବରେ ମଞ୍ଚାସୀନ ଥିବା ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଙ୍କ ସହ ଦଳର ନେତୃବୃନ୍ଦ ଆଶାବ୍ୟକ୍ତ କରିଥିଲେ।
Comments ସମସ୍ତ ମତାମତ