Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡ଼ି ଛାଡି ବିଜେପିରେ ଖରସେଲ ଓ କେନ୍ଦୁମୁଣ୍ଡା ପଞ୍ଚାୟତର ସରପଞ୍ଚ

    Share on :
    ajab-Image
    Date: Nov 7, 2025    Views: 2407

    ନୂଆପଡ଼ା:  ନୂଆପଡ଼ା ଜିଲ୍ଲା କାର୍ୟ୍ୟାଳୟରେ ସିନାପାଲିର ପୂର୍ବତନ ବିଜେଡି ବ୍ଲକ ସଭାପତି ତଥା ବର୍ତ୍ତମାନର ଖରସେଲ ପଞ୍ଚାୟତର ସରପଞ୍ଚ ବୀରେନ୍ଦ୍ର ଖମାରି ଓ କେନ୍ଦୁମୁଣ୍ଡା ପଞ୍ଚାୟତର ସରପଞ୍ଚ ମଦନ ଦଣ୍ଡସେନା ତାଙ୍କ ସମର୍ଥକମାନଙ୍କ ସହ ମୋଦି-ମୋହନ ସରକାରଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ବିଜେଡ଼ି ଛାଡି ବିଜେପି ରେ ଯୋଗ ଦେଇଛନ୍ତି।

    ସାଂସଦ ମାଳବିକା ଦେଵୀ,ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଦୁଇ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ କରାଇଥିଲେ।

    ସରପଞ୍ଚମାନେ ପଞ୍ଚାୟତର ଲୋକଙ୍କ ନେତା । ସେମାନଙ୍କ ଦଳରେ ଯୋଗଦାନ ବିଜେପି ର ଶକ୍ତି ବୃଦ୍ଧି କରିବ ବୋଲି କହିବା ସହ ଦୁହେଁ ନୂଆପଡ଼ା ର ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟର ସାରଥୀ ହେଵେ ବୋଲି ମିଶ୍ରଣ ପର୍ବରେ ଉପସ୍ଥିତ ବିଜେପି ନେତୃତ୍ୱ ଆଶାବ୍ୟକ୍ତ କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook