ମୁଖ୍ୟ ଖବର
ନୁଆପଡ଼ା: ଜମୁଛି ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ, ପଏଁର ଠାରେ ଏକ ବିଜେପି ର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସରକାର ଙ୍କ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ । ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂ ଦେଓ, ପ୍ରଦୀପ ପୁରୋହିତ ଏବଂ ବିଧାୟକ ଶ୍ରୀ ରଘୁରାମ ମାଛ, ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ତେବେ ସାଧାରଣ ସଭାରେ ମନ୍ତ୍ରୀ ଓ ବିଧାୟକ ନିଜର ନିର୍ବାଚନୀ ଅଭିଭାଷଣ ରେ ବିଜେପି ଶାସନ ସମୟରେ ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି କ୍ଷେତ୍ରରେ ହୋଇଥିବା ନୂତନ ଯୋଜନାଗୁଡ଼ିକ ବିଷୟରେ ଗ୍ରାମବାସୀଙ୍କୁ ଜଣାଇ ଥିଲେ । ନୂଆପଡ଼ା ରେ ଦାଦନ ସମସ୍ୟା କୁ ଦୂର କରିବା ସହ ଆଗକୁ ରାଜ୍ୟ ସରକାର ରୋଜଗାର ର ବିଭିନ୍ନ ଉପାୟ ଗ୍ରହଣ କରିବାକୁ ପଦକ୍ଷେପ ନେଉଥିବା ବିଷୟ ରେ ଅବଗତ କରାଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ରେ ଚାଲିଥିବା ଦୁର୍ନୀତି ଭ୍ରଷ୍ଟାଚାର ମୁକ୍ତ ସୁଶାସନ କୁ ଆଧାର କରି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିଜୟୀ କରେଇବା ପାଇଁ ନିବେଦନ କରିଥିଲେ ।
Comments ସମସ୍ତ ମତାମତ