Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜୟ ଢୋଲକିଆଙ୍କ ସପକ୍ଷରେ ପ୍ରଚାର କଲେ ମନ୍ତ୍ରୀ ରବି ନାୟକ

    Share on :
    ajab-Image
    Date: Oct 31, 2025    Views: 3022

    ଭୁବନେଶ୍ୱର: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ମହତ୍ତ୍ୱପୂର୍ଣ୍ଣ ପଞ୍ଚାୟତ ହେଉଛି କୁରୁମପୁରୀ  । ଗତ ସରକାରରେ ଅଧୁରା ରହି ଯାଇଥିବା ବିକାଶ କାର୍ୟ୍ୟକୁ ରାଜ୍ୟର ଡବଲ ଇଂଜନ ସରକାର ପୂରଣ କରିବା ପାଇଁ ବଦ୍ଧପରିକର । କେନ୍ଦ୍ରର ମୋଦି ସରକାରଙ୍କ ପ୍ରତିଟି ଜନ କଲ୍ୟାଣକାରୀ ଯୋଜନାକୁ ଆପଣଙ୍କ ନିକଟରେ ପହଞ୍ଚାଇବେ ରାଜ୍ୟର ମୋହନ ସରକାର। ତେଣୁ ଆପଣଙ୍କ ବିଧାୟକ ଭାବେ ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ଭାଇଙ୍କୁ ଜିତାଇ ଆଣନ୍ତୁ ବୋଲି  ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ନୂଆପଡ଼ା ନିର୍ବାଚନ ମଣ୍ଡଳୀର କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରୀ ପଞ୍ଚାୟତରେ ପଦଯାତ୍ରା କରି ଘରଘର ବୁଲି ଭୋଟରମାନଙ୍କୁ ଏହି ନିବେଦନ କରିଛନ୍ତି ।

    ଏହି ଅବସରରେ ବିଧାୟକ ଗୌରୀଶଙ୍କର ମାଝୀ ଏବଂ ସ୍ଥାନୀୟ ନେତାମାନେ ପଦଯାତ୍ରାରେ ଯାଇ ଭୋଟରମାନଙ୍କୁ ବିଜେପିର ଡବଲ ଇଞ୍ଜିନ୍ ସରକାର ପାଇଁ ନିଜର ବିଧାୟକ ପଠାଇବାର ସୁଯୋଗକୁ ହାତଛଡା ନକରିବାକୁ କହିଥିଲେ। ଜୟ ଢୋଲକିଆ ଭାଇ ବିଧାୟକ ନିର୍ବାଚିତ ହୋଇ ଗଲେ ଲୋକଙ୍କର ସବୁ ଆବଶ୍ୟକତା ପୂରଣ ସହ ପଞ୍ଚାୟତ, ବ୍ଲକ ଓ ପୁରା ନିର୍ବାଚନ ମଣ୍ଡଳୀ ଵିକଶିତ ହେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook