Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ନିର୍ବାଚନୀ କାର୍ୟ୍ୟାଳୟ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

    Share on :
    ajab-Image
    Date: Oct 31, 2025    Views: 3167

    ଭୁବନେଶ୍ୱର: ନୂଆପଡା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ନିର୍ବାଚନୀ ପ୍ରଚାର ଜୋରସୋର ରେ ଚାଲିଛି । ଅନେକ ନେତା ମନ୍ତ୍ରୀ ସାଂସଦ ବିଧାୟକ ନୂଆପଡ଼ା ରେ ଡେରା ପକାଇଛନ୍ତି । ପ୍ରତ୍ୟହ ସକାଳୁ ରାତି ଯାଏଁ ଭିନ୍ନ ଭିନ୍ନ ଯାଗାରେ ବିବିଧ ଢଙ୍ଗ ରେ ହେଉଛି ନିର୍ବାଚନୀ ପ୍ରଚାର ର କାର୍ୟକ୍ରମ । ବିଭିନ୍ନ ସ୍ଥାନରେ ବିଜେପି ର ଅସ୍ଥାୟୀ ଦଳୀୟ କାର୍ୟ୍ୟାଳୟମାନ ମଧ୍ୟ ଖୋଲାଯାଉଛି । 

    ଏହି ମର୍ମ ରେ ଆଜି କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର୍ ପଞ୍ଚାୟତ ରେ ବିଜେପି ନିର୍ବାଚନୀ କାର୍ୟ୍ୟାଳୟ ଉଦଘାଟନ ହୋଇଯାଇଛି । ଓଡ଼ିଶା ସରକାର ଙ୍କ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଲା ନନ୍ଦ ମଲ୍ଲିକ କାର୍ୟ୍ୟଳୟର ଉଦଘାଟନ କରିଥିଲେ । ଏହା ପରେ ସେ ସ୍ଥାନୀୟ ଦଳୀୟ କାର୍ୟ୍ୟକର୍ତ୍ତା ଙ୍କ ସହ ମିଶି ଘର ଘର ବୁଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲି । 
     ବିଜେପି ର ବିକାଶ ଯାତ୍ରା ରେ ସମସ୍ତେ ସାମିଲ ହୋଇ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ରେ ନିଜର ବହୁମୂଲ୍ୟ ଭାଗିଦାରୀ ଦେବାପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ଥାନୀୟ ଭୋଟର ଙ୍କୁ ଅନୁରୋଧ କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook